Latest Odisha News

୧ ଟଙ୍କା ଜରିମାନା: ସୁପ୍ରିମକୋର୍ଟ ଗଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ । ସେ କୋର୍ଟ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ଫଇସଲା ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ।

କୋର୍ଟର ଅବମାନନା ଯୋଗୁ ତାଙ୍କୁ ଦୋଷୀ କରାଯାଇଥିଲା। ଯାହା ପରେ ତାଙ୍କ ଉପରେ ଏକ ଟଙ୍କା ଜରିମାନା ଦେବା ପାଇଁ କୋର୍ଟ ଆଦେଶ ଦେଇଥିଲେ। ତେବେ କୋର୍ଟ ଆଦେଶ ପରେ ସେ ଜରିମାନା ଭରିଥିଲେ କିନ୍ତୁ କୋର୍ଟର ଫଇସଲାକୁ ସେ କଦାପି ସ୍ବୀକାର କରି ନ ଥିବା ରୋକଠୋକ ଶୁଣାଇ ଥିଲେ। ଏଥିସହ ସେ ଏହା ବିରୋଧରେ କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରି​ବେ କହିଥିଲେ।

ଅଗଷ୍ଟ ୩୧ରେ ସୁପ୍ରିମକୋର୍ଟ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ବୋଲି କହିଥିଲେ। ଏଥିପାଇଁ ଏକ ଟଙ୍କା ଜରିମାନା ଦେବା ପାଇଁ କୁହାଯାଇ ଥିଲା। ଯଦି ସେପ୍ଟେମ୍ବର ୧୫ ସୁଦ୍ଧା ଜରିମାନା ଦେବାରେ ବିଫଳ ହୁଅନ୍ତି ତେବେ ତାଙ୍କୁ ତିନିମାସ ଜେଲ ଦଣ୍ଡ କରାଯିବ କୁହାଯାଇ ଥିଲା।

ସୂଚନାଯୋଗ୍ୟ ୨୦୦୯ରେ ‘ତହଲକା’ ପତ୍ରିକାକୁ ସେ ଦେଇଥିବା ଏକ ସାକ୍ଷାତକାରରେ ଭାରତର ୧୬ ଜଣ ନ୍ୟାୟଧୀଶଙ୍କ ମଧ୍ୟରୁ ଅଧା ଭ୍ରଷ୍ଟ ଥିବା କହିଥିଲେ। ଏହି ପୁରୁଣା ଅବମାନନା ମାମଲାରେ କୋର୍ଟ ତାଙ୍କୁ ଟଙ୍କିକିଆ ଜାମିନ୍ ସହ ଏଭଳି ଦଣ୍ଡାଦେଶ ଶୁଣାଇଥିଲେ ।

Leave A Reply

Your email address will not be published.