ପୁରୀ: ଆନନ୍ଦ ଉଲ୍ଲାସ ସହ ଆଜି ଓଡିଶାରେ ପାଳନ ହେଉଛି ହୋଲି ପର୍ବ । ତେବେ ଶ୍ରୀକ୍ଷେତ୍ର ଧାମ ପୁରୀରେ କେବଳ ଓଡିଆ ନୁହେଁ ରାଜ୍ୟ, ଦେଶ ବାହାରୁ ପର୍ଯ୍ୟଟକ ଆସି ହୋଲି ପର୍ବ ବେଶ୍ ଧୁମଧାମ ସହ ପାଳନ କରୁଛନ୍ତି । ସୁଦୂର ଜାପାନରୁ ଆସି ପୁରୀରେ ହୋଲି ଖେଳିଛନ୍ତି ୨୫ରୁ ଅଧିକ ଜାପାନୀ ନାଗରିକ ।
ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରର ପ୍ରତିଷ୍ଠାତା କୁନା ଦାଶ ଓ ଅନୁଷ୍ଠାନର ସଭାପତି ଶ୍ରୀମନ୍ତ ଦାଶଙ୍କ ଦ୍ଵାରା ବିଗତ କିଛି ବର୍ଷ ହେବ ଜାପାନୀମାନଙ୍କୁ ନେଇ ହୋଲି ପାଳନ କରାଯାଉଛି । ଏଥର ବି ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସଂସ୍ଥା ପକ୍ଷରୁ ପୁରୀରେ ଜାପାନୀମାନଙ୍କୁ ନେଇ ପାଳିତ ହୋଇଛି ହୋଲି ପର୍ବ । ଜାପାନୀମାନଙ୍କ ଭାରତୀୟ ସଂସ୍କୃତି ପ୍ରତି ଥିବା ଭଲପାଇବା ଦେଖିବାକୁ ମିଳିଛି । ଗତ କିଛିବର୍ଷ ହେବ ପ୍ରତିବର୍ଷ ହୋଲିରେ ଜାପାନୀମାନେ ପୁରୀ ଆସି ସ୍ଥାନୀୟ ବାସିନ୍ଦାଙ୍କ ସହ ହୋଲିର ମଜା ନେଉଛନ୍ତି ।
ସେମାନେ ପ୍ରତିବର୍ଷ ପୁରୀ ଆସି ହୋଲି ଖେଳୁଛନ୍ତି । ଏଥର ଚଉଦରୁ ଅଧିକ ଜଣ ପୁରୀ ଆସି ହୋଲିକୁ ବହୁତ ଉପଭୋଗ କରିଛନ୍ତି ବୋଲି, କହିଛନ୍ତି ଜାପାନୀ ପର୍ଯ୍ୟଟକମାନେ ।
ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ସଂପାଦକ ଶ୍ରୀମନ୍ତ ଦାଶ କହିଛନ୍ତି ଯେ, ଆମେ ପ୍ରତିବର୍ଷ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ଏହା ଆୟୋଜନ କରୁଛୁ । ୨୫ରୁ ଅଧିକ ଜାପାନୀମାନେ ଆସି ହୋଲି ଉତ୍ସବରେ ଭାଗ ନେଇଛନ୍ତି। ଦୁଇ ଦେଶର ସମ୍ପର୍କ ସୁଦୃଢ କରିବ ପାଇଁ ଓ ଭାଇଚାରା ବଢେଇବା ପାଇଁ ଓ ସଂସ୍କୃତି ଆଦାନପ୍ରଦାନ ସହ ପର୍ଯ୍ୟଟନର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଆମେ ଆୟୋଜନ କରିଛୁ।
ଏଥିସହ ପର୍ଯ୍ୟଟକମାନେ ସମୁଦ୍ର ସ୍ନାନର ମଜା ନେଉଥିବାର ଦେଖିବାକୁ ମିଳିଛି । ସାରା ଭାରତରୁ ପର୍ଯ୍ୟଟକ ଓ ଭକ୍ତ ମାନଙ୍କ ସମାଗମ ପୁରୀରେ ହୋଇଛି ।
Comments are closed.