Latest Odisha News

BREAKING NEWS

ସମସ୍ତଙ୍କ ପାଇଁ ସମାନ ରୂପେ ଲାଗୁ ହେଉ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍: ମୋହନ ଭାଗବତ

ନାଗପୁର: ବିଜୟା ଦଶମୀରେ ଦେଶର ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତ ମୁହଁ ଖୋଲିଛନ୍ତି । କହିଛନ୍ତି ଦେଶକୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ରହିଛି । ଯଦି ଏହା ଉପରେ ତୁରନ୍ତ ପଦକ୍ଷେପ ନିଆ ନଯାଏ ତ ଦେଶରେ ଧର୍ମ ଆଧାରିତ ଅସନ୍ତୁଳନ ଏବଂ ଜୋରଜବରଦସ୍ତି ଧର୍ମାନ୍ତିକରଣ ଭଳି ମାମଲା ବଢ଼ିଯିବ ।

କୋସୋଭୋ ଓ ଦକ୍ଷିଣ ସୁଡାନର ଉଦାହରଣ ଦେଇଛନ୍ତି ମୋହନ ଭାଗବତ । ସେ ଆହୁରି କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ସହିତ ଧାର୍ମିକ ଆଧାରରେ ଜନସଂଖ୍ୟା ସନ୍ତୁଳନ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହାକୁ ଅଣଦେଖା କରାଯାଇ ପାରିବ ନାହିଁ ।

ବ୍ୟାପକ ବିଚାରବିମର୍ଷ ପରେ ଜନସଂଖ୍ୟା ନୀତି ପ୍ରସ୍ତୁତ କରିବା ସହ ସମସ୍ତଙ୍କ ଉପରେ ସମାନ ରୂପେ ଲାଗୁ ହେବା ଉଚିତ୍ । ଜନସଂଖ୍ୟା ଯେତେ ବଢ଼ିବ, ସେତେ ବୋଝ ଅଧିକ ହେବ । ଜନସଂଖ୍ୟାକୁ ଠିକ୍ ଭାବରେ ଉପଯୋଗ କଲେ ସମ୍ବଳ ବଢ଼ିବ । ଆମକୁ ଭାବିବାକୁ ପଡ଼ିବ ଆମ ଦେଶ ୫୦ ବର୍ଷ ପରେ କେତେ ଲୋକଙ୍କ ଭାର ସହି ପାରିବ । ଏଥିପାଇଁ ଏକ ସାମଗ୍ରିକ ନୀତି ଆଣିବାକୁ ପଡ଼ିବ ।

ଚୀନରେ ଗୋଟିଏ ସନ୍ତାନ ନୀତି କଥା କହି ଭାଗବତ କହିଛନ୍ତି, ଆମେ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛେ । ଚୀନରେ କଣ ହେଉଛି ଦେଖିବାର ଅଛି । ଚୀନ ଗୋଟିଏ ପରିବାର, ଗୋଟିଏ ସନ୍ତାନ ନୀତି ଆପଣାଇଛି । ଏବେ ଦେଶ ବୁଢ଼ା ହେଉଛି । ଭାରତରେ ୭୫ କୋଟି ଯୁବକ ଜନସଂଖ୍ୟା ରହିଛି । ଦେଶ ଆଗାମୀ ୩୦ ବର୍ଷ ଯାଏ ଯୁବକ ରହିବ ।

ଦେଶରେ ସନାତନ ଧର୍ମ ପାଇଁ ୨ ପ୍ରକାର ବାଧା ଉପୁଜିଛି । ଦେଶରେ ଏକତା ଓ ପ୍ରଗତି ପ୍ରତି ଶତ୍ରୁତା ରଖୁଥିବା ଶକ୍ତି ବାଧା ଦେଉଛନ୍ତି । ଏଭଳି ଶକ୍ତି ଭୁଲ୍ ବାର୍ତ୍ତା ସହ ଭମାତ୍ମକ ଧାରଣା ସମାଜରେ ସୃଷ୍ଟି କରୁଛନ୍ତି । ଅରାଜକତାକୁ ପ୍ରୋତ୍ସାହନ ଦେଉଛନ୍ତି ।

Leave A Reply

Your email address will not be published.