ଲଣ୍ଡନ: ଯଶପ୍ରୀତ ବୁମରାହଙ୍କ କ୍ୟାରିୟରର ଶ୍ରେଷ୍ଠ ଦିନିକିଆ ବୋଲିଂ ପ୍ରଦର୍ଶନ ବଳରେ ଭାରତ ଏଠାରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡକୁ ମାତ୍ର ୨୫.୨ ଓଭରରେ ୧୧୦ ରନରେ ଅଲଆଉଟ କରିଦେଇଛି । ବୁମରାହ ମାତ୍ର ୯ରନରେ ୬ୱିକେଟ ହାସଲ କରି ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମି ୩ଟି ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ ନେଇଥିଲେ । ଭାରତ ବିପକ୍ଷରେ ଇଂଲଣ୍ଡର ଏହା ସର୍ବନିମ୍ନ ଦିନିକିଆ ସ୍କୋର । ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲେ । ୧୦ ଓଭର ମଧ୍ୟରେ ଭାରତୀୟ ବୋଲର ଇଂଲଣ୍ଡର ୫ଟି ୱିକେଟ ଅକ୍ତିଆର କରି ନେଇଥିଲେ । ଇଂଲଣ୍ଡ ପକ୍ଷରୁ ଜୋସ ବଟଲର ସର୍ବାଧିକ ୩୦ ରନ କରିଥିଲେ ।
110 all out.
Bumrah takes six.
Scorecard/clips: https://t.co/CqRVzsJNwk
🏴 #ENGvIND 🇮🇳 pic.twitter.com/dzC4nynFQI
— England Cricket (@englandcricket) July 12, 2022
ବୁମରାହଙ୍କ ପୂର୍ବରୁ ଆଶୀଷ ନେହେରା ୨୦୦୩ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ୬ ୱିକେଟ ଅକ୍ତିଆର କରିଥିଲେ । ତୃତୀୟ ଭାରତୀୟ ବୋଲର ଭାବେ ବୁମରାହ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଷ୍ଟୁଆର୍ଟ ବିନ୍ନି ବାଂଲାଦେଶ ବିପକ୍ଷରେ ୪ ରନରେ ୬ଟି ଏବଂ ଅନୀଲ କୁମ୍ବଲେ ୱେଷ୍ଟଇଣ୍ଡିଜ ବିରୋଧରେ ୧୨ ରନରେ ୬ ୱିକେଟ ନେଇଥିଲେ ।
Comments are closed.