Latest Odisha News

BREAKING NEWS

ଜୟାଙ୍କୁ ସମାଲୋଚନା କଲେ ଜୟପ୍ରଦା, ରବି କିଶନଙ୍କୁ ସମର୍ଥନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ଏବେ ସଂସଦରେ ପଂହଚିଯାଇଛି । ରାଜ୍ୟ ସଭା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ଏହି ପ୍ରସଙ୍ଗ ଉଠାଇବା ପରେ ବିବାଦ ସୃଷ୍ଟି ହୋଇଛି । ରବି କିଶନ ଓ କଙ୍ଗନା ରାନାୱତଙ୍କୁ ଆକ୍ଷେପ କରି ସେ କହିଥିଲେ ଯେଉଁ ଥାଳିରେ ଖାଉଛ ସେଥିରେ କଣା କରୁଛ । ଏହା ପରେ କଙ୍ଗନା ତାଙ୍କ ଷ୍ଟାଇଲରେ ଜବାବ ଦେଇଥିଲେ । ବର୍ତମାନ ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦା ମୈଦାନକୁ ଓହ୍ଲାଇଛନ୍ତି । ସେ ଜୟାଙ୍କୁ ଟାର୍ଗେଟ କରିବା ସହ ରବି କିଶନଙ୍କୁ ସମର୍ଥନ କରିଛନ୍ତି ।

ସେ ସୁଶାନ୍ତଙ୍କ ମୃତ୍ୟୁଠାରୁ ଆରମ୍ଭ କରି ଅମର ସିଂଙ୍କ ଘଟଣା ଉଠାଇଛନ୍ତି । ମୋତେ ଲାଗୁଛି ଜୟା କହୁ ନାହାନ୍ତି ତାଙ୍କ ସ୍ଥାନରେ ଅଖିଳେଶ ଯାଦବ ଏହି ପ୍ରସଙ୍ଗ ଉଠାଉଛନ୍ତି । ଡ୍ରଗ୍ସ ବିରୁଦ୍ଧରେ ହେଉଥିବା ଲଢ଼େଇରେ ସେ ସାମ୍ନାକୁ ଆସିବା ଉଚିତ । ସେହିପରି କିପରି ତାଙ୍କ ଫିଲ୍ମ କ୍ୟାରିୟର ଶେଷ କରିବା ପାଇଁ ଇଣ୍ଡଷ୍ଟ୍ରିରେ ଷଡଯନ୍ତ୍ର ରଚା ଯାଉଥିଲା । ହଠାତ୍ ଫିଲ୍ମ ଅଧାରୁ ମୋତେ ବାହାର କରି ଦିଆଯାଉଥିଲା ବୋଲି ଜୟାପ୍ରଦା କହିଛନ୍ତି ।

Leave A Reply

Your email address will not be published.