Latest Odisha News

BREAKING NEWS

‘କଂଗ୍ରେସ ଭୋଟ୍ ବିକ୍ରି’: ଜୟନାରାୟଣଙ୍କ ଦାବିକୁ ସତ କହିଲେ ସୁର, ଖାରଜ କଲେ ପିସିସି ସଭାପତି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ବିରୋଧୀ ବିଜେପି ଆଣିଛି ବିଜେଡି-କଂଗ୍ରେସର ଭିତିରି ଚୁକ୍ତି କଥା। ବିଭିନ୍ନ ସମୟରେ କଂଗ୍ରେସ ବିଜେଡି-ବିଜେପି ଗୋଟିିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଅଭିଯୋଗ ଆଣୁଥିବା ବେଳେ ଏବେ କିନ୍ତୁ ଖୋଦ୍ କଂଗ୍ରେସ ଏବଂ ବିଜେଡି ଉପନିର୍ବାଚନ ବେଳେ ଡିଲ୍ କରିଥିବା କହିଛି ବିଜେପି। ଯାହାକୁ ନେଇ ତେଜିଛି ବୟାନବାଜି। ଗୋଟିଏ ପଟେ ଦଳର ପ୍ରମୁଖ ନେତା ତଥା ଜଟଣି ବିଧାୟକ ସୁରେଶ ରାଉତରାୟ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ଅଭିଯୋଗକୁ ସତ ବୋଲି କହିଥିବା ବେଳେ ପିସିସି ସଭାପତି କିନ୍ତୁ ଏହାକୁ ଖାରଜ କରିଛନ୍ତି।

2019 ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମାଟ୍ 30 ହଜାର ଭୋଟ୍ ପାଇଥିଲେ। ଏବେ କିନ୍ତୁ ହୋଇଥିବା ଉପନିର୍ବାଚନରେ ଦଳର ପ୍ରାର୍ଥୀ ମାତ୍ର 3 ହଜାର ଭୋଟ୍ ପାଇଥିଲେ। ବିଜେପିର ବିଧାୟକ ପ୍ରାର୍ଥୀ 2019 ତୁଳନାରେ ଅଳ୍ପ କିଛି ଭୋଟ୍ ଚଳିତଥର ପାଇଥିଲେ। ତେଣୁ ବିଜେଡି ଓ ବିଜେପି ପ୍ରାର୍ଥୀ ଭୋଟ୍ ବ୍ୟବଧାନ ଅଧିକ ରହିବାର କାରଣ କଂଗ୍ରେସ ଭୋଟ୍ ବିକ୍ରି ହୋଇଥବା କୁହାଯାଉଛି। ଯାହାକି ବିଜେଡି-କଂଗ୍ରେସ ମଧ୍ୟରେ ହୋଇଥିବା ଅଘୋଷିତ ଡିଲ୍ ବୋଲି କୁହାଯାଉଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମାନ କଥା କହି ବିଜେଡି-କଂଗ୍ରେସର ଭିତିରି ସମ୍ପର୍କ ପଦାକୁ ଆଣିଛନ୍ତି।

ଜଟଣି ବିଧାୟକ ତଥା ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି, ପଦ୍ମପୁରରେ କଂଗ୍ରେସକୁ ହରେଇବାକୁ ଚକ୍ରାନ୍ତ ହୋଇଥିଲେ। ବିଧାୟକ ପ୍ରାର୍ଥୀ ବହୁତ ଭଲ ଥିଲେ। ହେଲେ ଡିଲ୍ ପାଇଁ କଂଗ୍ରେସ ଅମାନତ ହାରିଛି। ଦଳର ନେତା ଯଦିଓ ବିଧାୟକ ପ୍ରାର୍ଥୀଙ୍କୁ ହରାଇବାକୁ ଯାଇଥିଲେ ହେଲେ ଉଦ୍ଦେଶ୍ୟ ଥିଲା ଡିଲ୍ କରି କିଭଳି ଦଳୀୟ ପ୍ରାର୍ଥୀଙ୍କୁ ହରାଇ ହେବ। ଆଉ ଏହା କରିବାରେ ସେମାନେ ସଫଳ ହୋଇଛନ୍ତି। ଏହି ପ୍ରସଙ୍ଗରେ ସେ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେବେ ବୋଲି ସୁର ରାଉତରାୟ କହିଛନ୍ତି। ସେ ଓ ଆଉ କିଛି ବିଧାୟକ ଏକାଠି ହୋଇ ଏ ନେଇ ସୋନିଆଙ୍କ ନିକଟରେ ଫେରାଦ ହେବେ ବୋଲି କହିଛନ୍ତି। ତେବେ ନିଜର ମନ୍ତବ୍ୟ ରଖିବା ବେଳେ ଏହି ଡିଲ ପଛରେ ପିସିସି ସଭାପତି ନାହାନ୍ତି ବୋଲି କଂଗ୍ରେସ ବିଧାୟକ କହିଛନ୍ତି। ଶରତ ପଟ୍ଟନାୟକ ନୀରିହ, ତାଙ୍କୁ ସଖୀ କଣ୍ଡେଇ ପରି ନଚଉଛନ୍ତି ବୋଲି ସେ କହିଛନ୍ତି।

ତେବେ ଶରତ ପଟ୍ଟନାୟକ ଡିଲ ହୋଇଥିବା ଅଭିଯୋଗକୁ ଖାରଜ କରିଛନ୍ତି। ଯଦି ଡିଲ ହୋଇଥିବା ନେଇ କୌଣସି ପ୍ରମାଣ ଅଛି ସେ ପାଇଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଯଦି ବିଜେଡି ପାଖରେ ସେ ବିକ୍ରି ହୋଇଥିବା ନେଇ କୌଣସି ପ୍ରମାଣ ଦେବେ ତେବେ ସେ ସବୁଦିନ ପାଇଁ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି।

Leave A Reply

Your email address will not be published.