Latest Odisha News

୨୦୨୪ ରେ ବିଜେଡ଼ି ଓ କଂଗ୍ରେସ ଡିଲ କାମ ଦେବନି: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ପଦ୍ମପୁରରେ ବିଜେଡି ଓ କଂଗ୍ରେସ ଏକାଠି ହେବାରୁ ବିଜେପି ନିର୍ବାଚନରେ ହାରିଗଲା। ଏବେ ଯେଉଁଭଳି ଡିଲ୍ ହୋଇଛି ତାହା ଆଗାମୀ ଦିନରେ ଅର୍ଥାତ୍ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କାମ ଦେବନି। ଏହା କହିଛନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଆଜି ପୁଣିଥରେ ସମାନ କଥା ଦୋହରାଇଛନ୍ତି।

ସେ କହିଛନ୍ତି, ୨୦୨୪ରେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଡିଲ କାମ କରିବନି। ଆମେ ନିର୍ବାଚନ ମଣ୍ଡଳୀୱାରି କାର୍ଯ୍ୟକ୍ରମ କରିବୁ ଭୋଟରଙ୍କୁ ଆକୃଷ୍ଟ କରିବୁ। କଂଗ୍ରେସ ଭୋଟ କମ୍ ସେଥିଲାଗି ଅଣ କଂଗ୍ରେସ ଭୋଟକୁ ଏକତ୍ରିତ କରିବାକୁ ଚେଷ୍ଟା କରିବୁ ବୋଲି ଜୟନାରାୟଣ କହିଛନ୍ତି। ତେବେ ନିର୍ବାଚନ ବିଜେଡି ଓ ବିଜେପି ମଧ୍ୟର ହେବ। ଏଥିରେ କଂଗ୍ରେସ ରହିବ ନାହିଁ। ଦଳ ୫୧% ଭୋଟ ନେବାକୁ ଯୋଜନା କରିଛି। କଂଗ୍ରେସ ଭୋଟ୍ ବିଜେପି ବା ବିଜେଡ଼ି ଆଡ଼କୁ ଯି। ବିଜେଡ଼ି ଅର୍ଥବଳ, ବାହୁବଳ ଓ ସରକାରୀ କଳକୁ ବ୍ୟବହାର କରି ଭୋଟ୍ ହାତେଇବାକୁ ଚେଷ୍ଟା କରିବ। ନବୀନ ବିରୋଧୀ କଂଗ୍ରେସକୁ ବହୁତ୍ ଦିନ ଧରି ମ୍ୟାନେଜ କରି ନିର୍ବାଚନ ବୈତରଣୀ ପାର ହେଉଥିଲେ। ଏବେ ମଧ୍ୟ ମ୍ୟାନେଜ କରୁଛନ୍ତି। ହେଲେ ବିଜେପିକୁ ବିଜେଡି ମ୍ୟାନେଜ କରିପାରିବନି ବୋଲି ସେ କହିଛନ୍ତି।

ସେହିପରି ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏହା କେତେକାଂଶ ରେ ସତ। ଜାନକୀ ପଟ୍ଟନାୟକଙ୍କ ପରେ ଯେଉଁମାନେ କଂଗ୍ରେସ ପାଇଁ ନାଁ କମେଇଛନ୍ତି ସେମାନେ କଂଗ୍ରେସକୁ ଉପଭୋଗ କରିଛନ୍ତି ଆଉ କଂଗ୍ରେସ ଜରିଆରେ ପଇସା ଓ ପାୱାର କମେଇଛନ୍ତି। ସେଥିପାଇଁ ଦଳ ହାରୁଛି। ହେଲେ ଏବେ ଦ୍ବିପାକ୍ଷିକ କି ତ୍ରିପାକ୍ଷିକ ଲଢେଇ ହେବ କହିହେବନି ବୋଲି ସେ କହିଛନ୍ତି।

Leave A Reply

Your email address will not be published.