Latest Odisha News

BREAKING NEWS

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କଂଗ୍ରେସ ନେତା ସୁଖବିନ୍ଦର ସିଂ ସୁଖୁ

ଶିମଳା: ହିମାଚଳ ପ୍ରଦେଶରେ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁଖବିନ୍ଦର ସିଂ ସୁଖୁ । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶିମଳାର ରିଜ ମୈଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୁଖୁଙ୍କ ସହ କଂଗ୍ରେସ ନେତା ଓ ପ୍ରତିଭା ସିଂହଙ୍କ ଘନିଷ୍ଠ ମୁକେଶ ଅଗ୍ନିହୋତ୍ରୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ସୁଖୁଙ୍କ ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା, କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଶପଥ ଗ୍ରହଣ ସମାରୋହରେ ସୁଖୁଙ୍କ ମାଆ ସାମିଲ୍ ହୋଇଥିଲେ ।

ଶପଥ ସମାରୋହ ପୂର୍ବରୁ ସୁଖବିନ୍ଦର ସିଂ ସୁଖୁ ରାଜ୍ୟ କଂଗ୍ରେସ ସଭାପତି ପ୍ରତିଭା ସିଂଙ୍କ ବାସଭବନରେ ପହଞ୍ଚିଥିଲେ । ପ୍ରତିଭାଙ୍କ ସହ ଆଲୋଚନା ପରେ ସୁଖୁ କହିଥିଲେ, ପ୍ରତିଭା ସିଂ ରାଜ୍ୟରେ ଦଳର ମୁଖ୍ୟ । ସମସ୍ତେ ତାଙ୍କ ମାଗଦର୍ଶନରେ କାମ କରୁଛନ୍ତି । ଏଥିପାଇଁ ତାଙ୍କୁ ଶପଥ ସମାରୋହକୁ ନିମନ୍ତ୍ରଣ କରିବା ଲାଗି ଆସିଛି ।

Leave A Reply

Your email address will not be published.