Latest Odisha News

‘ଜେଇଇ ମେନ୍‌ ୨୦୨୧’ ଏପ୍ରିଲ୍‌ ସେସନ୍‌ ପଞ୍ଜିକରଣ ଖୁବ୍‌ଶୀଘ୍ର ଆରମ୍ଭ ହେବ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଏନ୍‌ଟିଏ ତା’ର ୱେବ୍‌ସାଇଟ୍‌ରେ ‘ଜେଇଇ ମେନ୍‌ ୨୦୨୧’ ଏପ୍ରିଲ୍‌ ସେସନ୍‌ର ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ କରିବ । jeemain.nta.nic.inରେ ଏଥିପାଇଁ ରେଜିଷ୍ଟ୍ରେସନ୍‌ ଫର୍ମ ରିଲିଜ୍‌ ହେବ । ଜେଇଇ ମେନ୍ ପରୀକ୍ଷା ଦେବାକୁ ଆଗ୍ରହୀ ପ୍ରାର୍ଥୀ ଓ୍ଵେବ୍‌ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ ଫର୍ମ ପୂରଣ କରିପାରିବେ । ଏପ୍ରିଲ୍‌ ମାସରେ ’ଜେଇଇ ମେନ୍‌ ୨୦୨୧’ ପରୀକ୍ଷା କରାଯିବ ।
ଚଳିତବର୍ଷ ପ୍ରତ୍ୟେକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ସୁଯୋଗ ପାଇବା ଲାଗି ସମର୍ଥ ହେବା ନିମନ୍ତେ ଏହି ପରୀକ୍ଷା କରାଯାଉଛି ।
ପରୀକ୍ଷାର୍ଥୀଙ୍କୁ ରେଜିଷ୍ଟ୍ରେସନ୍‌ ଫି’ ଅନ୍‌ଲାଇନ୍‌ରେ ପୈଠ କରିବାକୁ ପଡ଼ିବ ।
ଏହି ପ୍ରବେଶିକା ପରୀକ୍ଷା ଦୁଇଟି ସିଫ୍‌ଟ୍‌ରେ ଏପ୍ରିଲ୍‌ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ଦିନ ୧୨ଟା ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।
Leave A Reply

Your email address will not be published.