Latest Odisha News

BREAKING NEWS

ଝାଡ଼ଖଣ୍ଡ ନିର୍ବାଚନ: ଦିନ ୧ଟା ସୁଦ୍ଧା ୪୫.୧୪ % ମତଦାନ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାେ ଲାଗି ଗୁରୁବାର ଦିନ ଅନୁଷ୍ଠିତ ହେଉଛି ୩ୟ ପର୍ଯ୍ୟାୟ ଭୋଟଗ୍ରହଣ । ଆଜି ୧୭ଟି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସକାଳ ୭ଟାରୁ ଭୋଟଗ୍ରହଣ ଚାଲୁ ରହିଛି । ଦିନ ଗୋଟାଏ ସୁଦ୍ଧା ୪୫ ପ୍ରତିଶତ ମଦଦାନ ହୋଇଥିବା ସୂଚନା ମିଳିଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶବନ୍ତ ସିହ୍ନା ହଜାରିବାଗ ନିର୍ବାଚନ ମଣ୍ଡଳୀର ଏକ ପୋଲିଂ ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ରାଜ୍ୟର ୧୨ଟି ଆସନରେ ଦିନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନ୍ୟ ୫ଟି ଆସନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟର ମାନେ ମତଦାନ କରିବେ ।

Leave A Reply

Your email address will not be published.