Latest Odisha News

BREAKING NEWS

୫-ଟି ଅଧୀନରେ ପରିଚାଳିତ ହେବ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗକୁ ୫ଟି କାର୍ଯ୍ୟକାରିତା ଅଧିନକୁ ଆଣିବା ନିମନ୍ତେ ଗୁରୁବାର ଦିନ ପଦକ୍ଷେପ ନେଇଛନ୍ତି ।

ଏନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ଯେ, ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ୧୭ ସୂତ୍ରୀ ଆକ୍ସନ ପ୍ଲାନ କରାଯାଇ ଓ ସମନ୍ବୟ ବିଭାଗକୁ ପଠାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ୫-ଟି ଲାଗୁ ହେବା ଦ୍ୱାରା ଅଧ୍ୟାପକଙ୍କ ଉପସ୍ଥାନ ସାତ ଘଣ୍ଟା ବାଧ୍ୟତାମୂଳକ ହେବ ।

ଠିକ ସେହପରି ମେଧାବୀ ହେଲେ ବି ଧନୀ ଛାତ୍ରଛାତ୍ରୀଙ୍କୁ ଲାପଟପ ଯୋଜନାରୁ ବାଦ୍ ଦିଆଯିବ ବୋଲି ଜଣାପଡିଛି।

ଏସଏମଏସ ଓ ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଫିଡବ୍ୟାକ ପଠାଇପାରିବେ ।

କଲେଜ ଓ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ରାଜ୍ୟ ତଥା ଦେଶ ବାହାରକୁ ପଠାଯିବ ।

ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିୟର କାଉନସେଲିଂ ସେଲକୁ ସୁଦୃଢ କରାଯିବ ।

ଓଡିଆ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସେବା ପରୀକ୍ଷା ବାହାର ରାଜ୍ୟରେ ଦେବା ପାଇଁ ବ୍ୟବସ୍ଥା ହେବ ।

‘ମୋ ସ୍କୁଲ’ ଢାଞ୍ଚାରେ କଲେଜରେ ଖୋଲିବ ‘ମୋ କଲେଜ’ ମଞ୍ଚ । ଏଥିରେ ପୁରୁଣା ଛାତ୍ରଛାତ୍ରୀ କଲେଜ ଲାଗି ଟଙ୍କା ଦେଇପାରିବେ ବୋଲି ଜଣାପଡିଛି ।

ବାୟୋମେଟ୍ରିକ ବ୍ୟବସ୍ଥାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ ନିଆଯିବ ।ବିଦ୍ୟାଳୟରେ ୭୫% ଉପସ୍ଥାନ ନଥିଲେ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦେବାକୁ ବଞ୍ଚିତ ହେବେ । ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଏକକ ଟ୍ରାନ୍ସଫର ବ୍ୟବସ୍ଥା କରାଯିବ ।

ସବୁ ବ୍ଲକ୍‌ର ଓ ଜିଲ୍ଲାସ୍ତରରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ପିଲାଙ୍କୁ ମେଧାବୃତ୍ତି ଦେବାକୁ ଗାଇଡ୍‌ଲାଇନ୍ ଜାରି କରାଯିବ ।

ଏସଏଏମଏସ ଜରିଆରେ ଛାତ୍ରଛାତ୍ରୀଙ୍କ ମତାମତ ନିଆଯିବ । ସେହିପରି ଡିଗ୍ରୀ କଲେଜରେ ଛାତ୍ରଙ୍କ ନିଯୁକ୍ତି କୈନ୍ଦ୍ରିକ ଦକ୍ଷତା ବୃଦ୍ଧି କରାଯିବ । ସର୍ବଭାରତୀୟ ପରୀକ୍ଷା ପାଇଁ ପିଲାଙ୍କୁ ଓଡ଼ିଶା ବାହାରେ କୋଚିଂ ସୁବିଧା ଯୋଗାଇ ଦିଆଯିବ ।

ଏନଏଏସି ସ୍ୱୀକୃତି ପାଇଁ କଲେଜ ଓ ଶିକ୍ଷକଙ୍କୁ ପ୍ରୋତ୍ସାହନ ମିଳିବ । ସେଥିରେ କେତେକ ନିର୍ଦ୍ଧିଷ୍ଟ ବିଷୟରେ ଉତ୍କୃଷ୍ଟ କଲେଜର ର‌୍ୟାଙ୍କିଙ୍ଗ କରାଯିବ । ଏହି ର‌୍ୟାଙ୍କ ଜରିଆରେ ବାହାର ରାଜ୍ୟ ଓ ଦେଶର ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରାଯିବ ।

Leave A Reply

Your email address will not be published.