Latest Odisha News

BREAKING NEWS

ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହେମନ୍ତ ସୋରେନ୍‌

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଝାଡଖଣ୍ଡ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସୋରେନ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯାହା ହାଇକୋର୍ଟ ଖାରଜ କରିଥିଲେ। ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହେମନ୍ତ ସୋରେନ୍‌ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।

BjdElectrycity

ନିର୍ବାଚନକୁ ଦୃଷ୍ଟିରେ ରଖି ବରିଷ୍ଠ ଓକିଲ କପିଲ ସିବଲ ସୋରେନଙ୍କ ଏହି ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି। ଗିରଫଦାରୀ ଅଯୌକ୍ତିକ ଏବଂ ଏହି ମାମଲାରେ ତାଙ୍କୁ ରିମାଣ୍ଡରେ ନେବା ବେଆଇନ ଏବଂ ଅନୁଚିତ ବୋଲି ତାଙ୍କ ପିଟିସନରେ ସୋରେନ ଦାବି କରିଛନ୍ତି। କପିଲ ସିବଲ ସିଜେଆଇଙ୍କୁ କହିଛନ୍ତି, ମେ’ ୧୩ ତାରିଖରେ ନିର୍ବାଚନ ହେବ। ଏଭଳି ସ୍ଥିତିରେ ହେମନ୍ତ ସୋରେନ୍‌ଙ୍କ ଅଧିକାର ପ୍ରଭାବିତ ହେଉଛି। ନିର୍ବାଚନ ପାଇଁ ତାଙ୍କୁ ଜାମିନ ମିଳିବା ଉଚିତ। ତେଣୁ ଏହି ମାମଲରେ ଶୀଘ୍ର ଶୁଣାଣି କରାଯାଉ ବୋଲି ସେ ଦାବି କରିଛନ୍ତି।

ସୂଚନା ଥାଉକି ଯେ ହେମନ୍ତ ସୋରେନଙ୍କୁ ଜାନୁଆରୀ ୩୧ରେ ଇଡି ଗିରଫ କରିଥିଲା। ମନିଲଣ୍ଡରିଂ ମାମଲାରେ ସେ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ରାଞ୍ଚିର ବିର୍ସା ମୁଣ୍ଡା ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି। ଏହି ମାମଲାରେ ସୋରେନଙ୍କ ଜାମିନ ଆବେଦନ ଉପରେ ଜବାବ ଦେବାକୁ ହାଇକୋର୍ଟଙ୍କ ଦ୍ୱାରା ଇଡିକୁ ଆଉ ଏକ ସପ୍ତାହ ସମୟ ଦିଆଯାଇଥିଲା।

Leave A Reply

Your email address will not be published.