Latest Odisha News

ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ବର: ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିମାନ । କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ  ବିମାନ। ପରେ ଭୁବନେଶ୍ବରରେ ଓହ୍ଲାଇ ନ ପାରି ଝାରସୁଗୁଡା ଫେରିଲା ହେଲିକପ୍ଟର ।

BjdElectrycity

ପାଗ ବଦଳିବା ପରେ ଝାରସୁଗୁଡାରୁ ବାହାରିବ ହେଲିକପ୍ଟର । ସୂଚନା ଅନୁଯାୟୀ  ଚଳିତ ନିର୍ବାଚନ ପ୍ରଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଯାଇଥିଲେ। ଖଡିଆଳରୁ ସଭା ସାରି ଫେରିବା ବେଳେ ପବନ ଯୋଗୁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ହେଲିକପ୍ଟର । ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଝାରସୁଗୁଡା ନିଆଗଲା । ସୂଚନା ରହିଛି ଯେ ସେଠାରେ ସୁରକ୍ଷିତ ଭାବେ ହେଲିକପ୍ଟର ଅବତରଣ କରିଛି।

 

Leave A Reply

Your email address will not be published.