Latest Odisha News

ମୋଦୀଙ୍କ ବକ୍ତବ୍ୟକୁ ପାଣ୍ଡିଆନଙ୍କ କଡା ଜବାବ, ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛି ବିଜେପି

ଭବାନୀପାଟଣା: ବ୍ରହ୍ମପୁରରେ ମୋଦୀଙ୍କ ବକ୍ତବ୍ୟ ଉପରେ କଡା ଜବାବ ଦେଇଛନ୍ତି ବିଜେଡି ପ୍ରମୁଖ ରଣନୀତିକାର ଭି. କେ ପାଣ୍ଡିଆନ୍ । ‘ଓଡିଶାବାସୀଙ୍କ ଆର୍ଶୀବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିହାସ ରଚିବେ । ଜୁନ୍ ୯ରେ ୧୧ ଟା ୩୦ରୁ ୧ ଟା ୩୦ ଭିତରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।’

BjdElectrycity

ଆଜି ଭବାନୀପାଟଣାରେ ଜନସମାବେଶକୁ ଉଦ୍ବୋଧନ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସବୁ ବକ୍ତବ୍ୟର କଡା ଜବାବ୍ ଦେଇଛନ୍ତି ଭି. କେ ପାଣ୍ଡିଆନ । ସେ ଆହୁରି ମଧ୍ୟ କହିଛନ୍ତି ‘ଡବଲ ଇଞ୍ଜିନ ସରକାର ଆସିଲେ ରାଜ୍ୟ ୨୦ ବର୍ଷ ଫଛକୁ ଚାଲିଯିବ । ରାଜ୍ୟରେ କେବଳ ନବୀନ ଇଞ୍ଜିନ ସରକାର ପ୍ରଗତି ଆଣିବ’ ।

ଏଥିସହିତ ରାଜ୍ୟ ଭାଜପା ପ୍ରକାଶ କରିଥିବା ଇସ୍ତାହାରକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ଭାଜପା ଇସ୍ତାହାର, ଏହା କେବଳ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଓ ଠକିବାର ଗ୍ୟାରେଣ୍ଟି। ନିର୍ବାଚନ ସମୟରେ ଚାଷୀ ଓ ଗରିବଙ୍କ କଥା କେମିତି ମନେ ପଡ଼ିଲା। ଏଥିରେ ଧାନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୦୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ମାତ୍ର ଗତ ୧୦ ବର୍ଷ ଧରି ସେମାନେ କ୍ଷମତାରେ ଥିଲେ, ସେତେବେଳେ କ’ଣ ଶୋଇଥିଲେ। ଯଦି ଏମ୍‌ଏସ୍‌ପି ୩୦୦୦ ଟଙ୍କା କରିବାର ଥିଲା, ତେବେ ଆଗରୁ କାହିଁକି କଲେ ନାହିଁ। ନିର୍ବାଚନ ଆସିବା ବେଳକୁ ଚାଷୀଙ୍କ କଥା ମନେ ପଡ଼ୁଛି, ଅନୁରୂପଭାବେ ନିର୍ବାଚନ ଇସ୍ତାହାରରେ ଭତ୍ତା ୩୦୦୦ ଟଙ୍କା ଦେବାକୁ କହୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ‘ଡବଲ ଇଞ୍ଜିନ’ ସରକାର ଭତ୍ତା ଦେଉଛନ୍ତି ମାତ୍ର ୩୦୦ ଟଙ୍କା, ଅନ୍ୟପକ୍ଷରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ୧୦୦୦ ଟଙ୍କା ପ୍ରଦାନ କରୁଛନ୍ତି। ୬ ମାସ ପୂର୍ବରୁ ଭତ୍ତା ୩୦୦୦ ଟଙ୍କାକୁ ବଢ଼଼ାଇଥିଲେ କ’ଣ ଅସୁବିଧା ହୋଇଥାଆନ୍ତା। ବାସ୍ତବରେ ଏହା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଓ ଠକିବା ପାଇଁ ଭାଷଣବାଜି। ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ପାଇଁ ଚିନ୍ତା କରନ୍ତି। ଓଡ଼ିଶାର ଚାଷୀ, ଯୁବକ, ମହିଳାଙ୍କ ବିକାଶ କଥା ମୁଖ୍ୟମନ୍ତ୍ରୀ ସବୁବେଳେ ଚିନ୍ତା କରିଆସିଛନ୍ତି। ଆପଣଙ୍କ ସୁଖଦୁଃଖରେ ଠିଆ ହୋଇଥାଆନ୍ତି। ସେ ଭୋଟ ପାଇଁ କେବେ କାମ କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା ହିଁ କରନ୍ତି। ‘ନବୀନ ଇଞ୍ଜିନ’ ଗ୍ୟାରେଣ୍ଟି ଅସରନ୍ତି ।

Leave A Reply

Your email address will not be published.