Latest Odisha News

BREAKING NEWS

ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ବେଜିପ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଟଙ୍କଧର ତ୍ରିପାଠୀ । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟଙ୍କଧର ସକାଳେ ଝାଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ଦଳୀୟ ଟିକେଟ୍ ଗ୍ରହଣ କରି ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ଲାଗି ବାହାରିଥିଲେ ।

ଏହା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ଦାଖଲ କରିଥିବା ବେଳେ ଆସନ୍ତାକାଲି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥିପତ୍ର ଦାଖଲ କରିବେ । ନାମାଙ୍କନ ଦାଖଲ ଅବସରରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କହିଛନ୍ତି, ୟେ ନିର୍ବାଚନ ହେଉଛି ନ୍ୟାୟ ଓ ଅନ୍ୟାୟର ଲଢ଼େଇ । ଝାରସୁଗୁଡ଼ା ଅଧିକ ରାଜସ୍ୱ ଦେଉଥିବା ବେଳେ ରାଜ୍ୟ ସରକାର ଅନ୍ୟାୟ କରୁଛନ୍ତି ।

୨୪ ବର୍ଷର ଶାସନରେ ଏଠି ସରକାରୀ କଲେଜ ନାହିଁ । ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ । ସ୍ୱାସ୍ଥ୍ୟ ସେବା ଠିକ ନାହିଁ । ଆଇନ୍ ଶୃଙ୍ଖଳା ନଥିବା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଟଙ୍କଧର । କହିଛନ୍ତି ଏ ନିର୍ବାଚନ ଝାରସୁଗୁ଼ଡ଼ାବାସୀ ଲଢ଼ୁଛନ୍ତି, ମୁଁ ନିମିତ୍ର ମାତ୍ର ।

ନାମାଙ୍କନ ଅବସରରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଝାରସୁଗୁଡ଼ା ଉପନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ, କେଭି ସିଂଦେଓ, ସମୀର ମହାନ୍ତି, ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.