Latest Odisha News

ଜିନ୍ଦଲକୁ ଦ୍ବିତୀୟ ଥର ପାଇଁ ମିଳିଲା ଗୋଲଡେନ୍ ପିକକ୍ ସିଏସଆର ପୁରସ୍କାର

ଭୁବନେଶ୍ୱର :  ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ଦ୍ୱିତୀୟ ଥର ପାଇଁ ମିଳିଛି ସମ୍ମାନଜନକ ଗୋଲଡେନ୍ ପିକକ ପୁରସ୍କାର-୨୦୨୨ ।  ଜାନୁଆରୀ ୧୨ରେ ମୁମ୍ବାଇରେ ଅନୁଷ୍ଠିତ ୧୭ ତମ ଅନ୍ତର୍ଜାତୀୟ ସିଏସ୍ଆର ସମ୍ମିଳନୀରେ ଜେଏସପିର ସଭାପତି ତଥା ଗ୍ରୁପ୍ ହେଡ୍  ପ୍ରଶାନ୍ତ କୁମାର ହୋତା କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ପ୍ରଫେସର ଏସ.ପି ସିଂ ବଘେଲଙ୍କଠାରୁ କମ୍ପାନୀ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

ଏହି ଅବସରରେ ଆଇଓଡିର ସଭାପତି ଲେଫ୍ଟନାଣ୍ଟ ଜେନେରାଲ୍ ସୁରିନ୍ଦର ନାଥ ଏବଂ ମୁଖ୍ୟ ପରାମର୍ଶଦାତା ଦେଶ ଦୀପକ ବର୍ମା  ଉପସ୍ଥିତ ଥିଲେ। ଭାରତର ପୂର୍ବତନ ପ୍ରଧାନ ବିଚାରପତି  ଏମ. ଭେଙ୍କଟାଚାଲିଆଙ୍କ ସଭାପତିତ୍ଵରେ ଗଠିତ ଏକ ଜୁରୀ କମିଟି ଦ୍ବାରା ଜେଏସପିକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା ।

ଜୁରି ଏବଂ ଆଇଓଡିକୁ ଧନ୍ୟବାଦ ପ୍ରଦାନ କରି,  ଫାଉଣ୍ଡେସନର ଚେୟାରପର୍ସନ  ଶାଲୁ ଜିନ୍ଦଲ କହିଛନ୍ତି , “ଏହି ସମ୍ମାନଜନକ ପୁରସ୍କାର ଆମକୁ ଲୋକମାନଙ୍କ ପାଇଁ ଅଧିକ ଦାୟିତ୍ବବାନ ଏବଂ ଅଧିକ ଉତ୍ତରଦାୟୀ କରିବା ସହିତ ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ପ୍ରେରିତ କରିବ। ଜାତିସଂଘର ୧୭ ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ମଧ୍ୟରୁ ଆମେ ବର୍ତ୍ତମାନ  ୧୬ଟିରେ କାମ କରୁଛୁ । ଭାରତରେ ମାନବ ବିକାଶ ସୂଚକାଙ୍କରେ ଉନ୍ନତି ପାଇଁ ସମସ୍ତ ସାମାଜିକ ବିକାଶ କ୍ଷେତ୍ରରେରେ ଆମର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛୁ ”।

ସୂଚନାଥାଉ କି,   କମ୍ପାନୀକୁ କର୍ପୋରେଟ୍ ଆଫେୟାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ବାରା ଦୁଇଟି ବର୍ଗରେ ଜାତୀୟ ସିଏସ୍ଆର୍ ପୁରସ୍କାର ୨୦୨୦ ବିଜେତା ଘୋଷଣା କରାଯାଇଛି । ଏଥିସହିତ ନିକଟରେ କୋଭିଡ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ କମ୍ପାନୀକୁ ଫିକି ସିଏସଆର ପୁରସ୍କାର, ଓଡିଶା ସିଏସଆର ଉତ୍କର୍ଷ ପୁରସ୍କାର, ଇଣ୍ଡିଆ ସିଏସଆର ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.