Latest Odisha News

BREAKING NEWS

ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଗୋଟିଏ ଲୋକସଭା ଓ ୫ଟି ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମଏମ) ପକ୍ଷରୁ ବୁଧବାର ଦିନ ଓଡ଼ିଶା ପ୍ରଦେଶ ଲାଗି ଗୋଟିଏ ଲୋକସଭା ଏବଂ ୫ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି ।

ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମଏମ) ସୁପ୍ରିମୋ ଶିବୁ ସୋରେନଙ୍କ କନ୍ୟା ଅଞ୍ଜଳୀ ସୋରେନ ମୟୂରଭଞ୍ଜ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷିତ ହୋଇଛନ୍ତି ।

ସେହିପରି ଯେଉଁ ୫ଟି ବିଧାନସଭା ଆସନରେ ଜେଏମଏମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ସେହି ଆସନ ଗୁଡ଼ିକ ହେଲା – ସାରସକଣାରେ ମହେଶ ହେମ୍ଭ୍ରମ, ବାଙ୍ଗିରିପୋଷିରେ ସୁନ୍ଦର ମୋହନ ସିଂହ, ମୋରଡ଼ାରେ କଳିଙ୍ଗ କେଶରୀ ଜେନା, ବୀରମିତ୍ରପୁରରେ ସେବିଆନ ଆଇନ୍ଦା ଏବଂ ରାଇରଙ୍ଗପୁରରେ ସୁନାରାମ ଟୁଡୁ ପ୍ରାର୍ଥୀ ଘୋଷିତ ହୋଇଛନ୍ତି ।

Leave A Reply

Your email address will not be published.