Latest Odisha News

BREAKING NEWS

ସାମ୍ବାଦିକ ମାଧବାନନ୍ଦ ବେହୁରାଙ୍କୁ ପିଏଚ୍‌ଡି ଉପାଧି

ଭୁବନେଶ୍ୱର : ଓଡ଼ିଆ ଭାଷା ତଥା ସାହିତ୍ୟରେ ଉଚ୍ଚତର ଗବେଷଣା କରି ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା ଉତ୍କଳ ସଂସ୍କୃତି, ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଉପାଧି ଲାଭ କରିଛନ୍ତି । ବିଗତ ପାଞ୍ଚ ବର୍ଷ ଧରି ‘ଓଡ଼ିଆ ଉପନ୍ୟାସ ଆଧାରିତ ଚଳଚ୍ଚିତ୍ର : ଏକ ଗବେଷଣାତ୍ମକ ଅନୁଧ୍ୟାନ’ ବିଷୟ ଉପରେ ଅବସରପ୍ରାପ୍ତ ଓଡ଼ିଆ ବିଭାଗର ପ୍ରାଧ୍ୟାପିକାଅର୍ଚ୍ଚନା ନାୟକଙ୍କ ତତ୍ତ୍ୱାବଧାନରେ ସେ ଗବେଷଣା କରୁଥିଲେ ।

ଶ୍ରୀ ବେହୁରାଙ୍କ ନିବନ୍ଧଟି ଶାନ୍ତି ନିକେତନର ଓଡ଼ିଆଭାଷା ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ନିଳାଦ୍ରୀ ଭୂଷଣ ହରିଚନ୍ଦନ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଓଡ଼ିଆଭାଷା ଓ ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।

ଆଗାମୀ ଦିନରେ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏହି ନିବନ୍ଧଟି ଏକ ମାର୍ଗ ଦର୍ଶକର ଭୂମିକା ନିର୍ବାହ କରିପାରିବ ବୋଲି ମତ ପ୍ରକାଶ ପାଇଛି ।

 

Leave A Reply

Your email address will not be published.