Latest Odisha News

BREAKING NEWS

କରୋନାରେ ହାରିଗଲେ ସାମ୍ବାଦିକ ସତ୍ୟଜିତ

ଭୁବନେଶ୍ୱର : ପରଲୋକରେ ଆଉ ଜଣେ ଯୁବ ସାମ୍ବାଦିକ । କରୋନାରେ ହାରିଗଲେ ଟେଲିଭିଜନ ଦୁନିଆରେ ନାଁ କମାଇଥିବା ସାମ୍ବାଦିକ ସତ୍ୟଜିତ ମହାପାତ୍ର । କରୋନା ସହ ସଂଘର୍ଷ କରି ୪୪ ବର୍ଷ ବୟସରେ ଆର ପାରିକୁ ଚାଲିଯାଇଛନ୍ତି “ଦ କମନ ଟାଇମ୍ସ” ସମ୍ପାଦକ ସତ୍ୟଜିତ ମହାପାତ୍ର । ଏକ ଘରୋଇ ହସ୍ପିଟାଲରେ ସେ ମାସେ ହେଲା ଚିକିତ୍ସାଧିନ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି  । ବର୍ତ୍ତମାନ ତାଙ୍କର ଅକାଳ ବିୟୋଗରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସାମ୍ବାଦିକ ସତ୍ୟଜିତ ଓ ତାଙ୍କ ପତ୍ନୀ ଭୁବନେଶ୍ୱରରେ କରୋନା ଟିକାର ଦ୍ୱିତୀୟ ଡୋଜ ନେଇଥିଲେ । ହେଲେ ପରେ ଦୁଇଜଣ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ। କିଛି ଦିନ ହେବ ତାଙ୍କ ପତ୍ନୀ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ସତ୍ୟଜିତଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । ହେଲେ ପରବତ୍ତୀ ସମୟରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି।

ମୟୂରଭଞ୍ଜ ଜିଲ୍ଲା ବାରିପଦା ହେଉଛି ସତ୍ୟଜିତଙ୍କ ଜନ୍ମଭୂମୀ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପରେ ସାମ୍ବାଦିକତା ପେଶାକୁ ଆସିଥିଲେ ସତ୍ୟଜିତ। ଏବେ ଭୁବନେଶ୍ୱରରୁ ପ୍ରକାଶିତ ‘ଦ କମନ ଟାଇମ୍ସ’ ଇଂରାଜୀ ଖବରକାଗଜର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ସତ୍ୟଜିତ। ଏହା ପୂର୍ବରୁ ସେ ୯୨.୭ ବିଗ୍ ଏଫ୍ଏମ ଓ ତରଙ୍ଗ ଟିଭିର ପ୍ରୋଗ୍ରାମିଂ ମୁଖ୍ୟ ଥିଲେ।

ତାଙ୍କ ସମୟରେ ୯୨.୭ ବିଗ୍ ଏଫ୍ଏମ ବେଶ୍ ଲୋକପ୍ରିୟ ହୋଇପାରିଥିଲା l ତରଙ୍ଗ ଟିଭିରେ ଅନେକ ପ୍ରୋଗ୍ରାମ ର ସୂତ୍ରଧର ଥିଲେ ସତ୍ୟଜିତ। ଏହା ପୂର୍ବରୁ ଓଟିଭି ରେ ପ୍ରୋଗ୍ରାମ ପ୍ରଡ୍ୟୁସର ଭାବେ କାମ କରିଥିଲେ। ଓଟିଭିରେ ପ୍ରସାରିତ ହେଉଥିବା ‘ଦ ଗ୍ରେଟ ଓଡିଶା ପଲିଟିକାଲ ସର୍କସର’ ପ୍ରଡ୍ୟୁସର ଭାବରେ ତାଙ୍କର ସୁଖ୍ୟାତି ରହିଥିଲା।

୨୦୦୮ରୁ ୨୦୧୫ ଯାଏ ସେ ଏହି ଲୋକପ୍ରିୟ କାର୍ଯ୍ୟକ୍ରମର ପ୍ରଯୋଜକ ଥିଲେ। ସତ୍ୟଜିତ ପ୍ରାୟ ଦୁଇ ଦଶନ୍ଧି ଧରି ସାମ୍ବାଦିକତା କରିଥିବା ସତ୍ୟଜିତ ପ୍ରୋଗ୍ରାମିଂ କ୍ଷେତ୍ରରେ ତାଙ୍କର ନୂୂଆ ନୂଆ ଚିନ୍ତାଧାରା ପାଇଁ ବେଶ ପରିଚିତ ଥିଲେ । ଓଟିଭି ପୂର୍ବରୁ ଇଟିଭିରେ ମଧ୍ୟ ସେ ଆସିଷ୍ଟାଣ୍ଟ ପ୍ରଡ୍ୟୁସର ଭାବରେ କିଛି ବର୍ଷ କାମ କରିଥିଲେ। ଆଜି ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.