Latest Odisha News

BREAKING NEWS

ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମର ସମ୍ବାଦ ପରିବେଷଣ ପାଇଁ ସାମ୍ବାଦିକଙ୍କୁ ଦେବାକୁ ପଡ଼ିବ ଚରିତ୍ର ପ୍ରମାଣପତ୍ର

ଚଣ୍ଡିଗଡ଼: ସାମ୍ବାଦିକ ଦେବେ କ୍ୟାରେକ୍ଟର ସାର୍ଟିଫିକେଟ୍ । ନହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ମନା । ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ହିମାଚଳ ଗସ୍ତରେ ଯିବେ । ଏହି ସମୟରେ ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମର ସମ୍ବାଦ ପରିବେଷଣ ପାଇଁ ପାସ୍ ଆବେଦନ କରିଥିବା ସାମ୍ବାଦିକଙ୍କୁ ଚରିତ୍ର ପ୍ରମାଣପତ୍ର ମଗାଯାଇଛି । କୁଲ୍ଲୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମାକୁ ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ ସେପ୍ଟେମ୍ବର ୨୯ରେ ଜିଲ୍ଲା ପୋଲିସ ଏକ ନିର୍ଦ୍ଦେଶନାମା ବାହାର କରିଛି । ଯେଉଁଥିରେ ରାଜ୍ୟସ୍ତରୀୟ ଗଣମାଧ୍ୟମ ସହ ଦୂରଦର୍ଶନ, ଟିଭି ଓ ଡିଜିଟାଲ୍ ମିଡିଆ ସହ ଖବରକାଗଜ ପ୍ରତିନିଧିଙ୍କୁ ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମର ସମ୍ବାଦ ପରିବେଷଣ ପାଇଁ ଚରିତ୍ର ପ୍ରମାଣପତ୍ର ମଗା ଯାଇଛି ।

ଜିଲ୍ଲା ଜନସମ୍ପର୍କ ଅଧିକାରୀ ସମସ୍ତ ସାମ୍ବାଦିକଙ୍କୁ କ୍ୟାରେକ୍ଟର ସାର୍ଟିଫିକେଟ୍ ମାଗିଛନ୍ତି । ଯାହାକୁ ବିବାଦ ଉପୁଜିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚରିତ୍ର ପ୍ରମାଣପତ୍ର ମାଗିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସାମ୍ବାଦିକ । ଯାହାକୁ ନେଇ ହିମାଚଳ ପ୍ରଦେଶରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି ।

Leave A Reply

Your email address will not be published.