Latest Odisha News

ଭୁବନେଶ୍ୱରରେ ଜେଏସପି ଫାଉଣ୍ଡେସନ ଦ୍ବାରା ଥଣ୍ଡା ପାନୀୟ ଜଳ ସେବା ଶୁଭାରମ୍ଭ

ଭୁବନେଶ୍ୱର: ଓପି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଓମ ପ୍ରକାଶ ଜିନ୍ଦଲଙ୍କ ୯୩ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ପକ୍ଷରୁ ଏକ ଥଣ୍ଡା ପାନୀୟ ଜଳ ସେବା ଆରମ୍ଭ କରାଯାଇଛି । ସୋମବାର ଭୁବନେଶ୍ୱର ମେୟର ସୁଲୋଚାନା ଦାସ ସବୁଜ ପତାକା ଦେଖାଇ ଏହି ଥଣ୍ଡା ପାନୀୟ ଜଳ ଭ୍ୟାନର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଜେଏସପିର ପ୍ରେସିଡେଣ୍ଟ ତଥା ଗ୍ରୁପ୍ ହେଡ୍ (ସିଏସ୍ଆର୍) ପ୍ରଶାନ୍ତ କୁମାର ହୋତା, ଏକଜ୍ଯୁଟିଭ ଭୟସ୍ ପ୍ରେସିଡେଣ୍ଟ (କର୍ପୋରେଟ୍ ଆଫେୟାର୍ସ) ବି ପି ମିଶ୍ର ଏବଂ ଜେଏସପି ଓ ଜେଏସପି ଫାଉଣ୍ଡେସନର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

୧୫୦୦ ଲିଟର କ୍ଷମତା ବିଶିଷ୍ଟ ଏହି ଭ୍ୟାନ, ବିଭିନ୍ନ ଭୁବନେଶ୍ବର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ପ୍ରତିଦିନ ନିରାପଦ ତଥା ଥଣ୍ଡା ସତେଜ ପାନୀୟ ଜଳ ଯୋଗାଇ ଦେବ । ବିଏମସି ଅନୁମୋଦନ ଅନୁଯାୟୀ ଏହି ଯାନ ପରିଚାଳିତ ହେବ । ଏହା ଜେଏସପି ଫାଉଣ୍ଡେସନ ଦ୍ୱାରା ଓଡିଶାରେ ପରିଚାଳିତ ଚତୁର୍ଥ ଥଣ୍ଡା ପାନୀୟ ଜଳ ଭ୍ୟାନ୍ ।

Leave A Reply

Your email address will not be published.