Latest Odisha News

ଦୁର୍ବୃତ୍ତଙ୍କୁ ଧରାପକେଇଲା ଡିଜିଟାଲ ପେମେଣ୍ଟ; ଛତିଶଗଡରୁ ଉଦ୍ଧାର ହେଲେ ଅପହୃତ ଶିକ୍ଷକ

ସୁନ୍ଦରଗଡ:ସୁନ୍ଦରଗଡରୁ ଅପହୃତ ଜଣେ ସ୍କୁଲ ହେଡମାଷ୍ଟରଙ୍କୁୂ ମଙ୍ଗଳବାର ଉଦ୍ଧାର କରିଛି ପୋଲସ । ଛତିଶଗଡର ଯୋରନ୍ଦାର ଏକ ଜଙ୍ଗଲିଆ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିଛି ଓଡ଼ିଶା ପୋଲିସ । ଏଥିସହିତ ତାଙ୍କୁ ଅପହରଣ କରି ନେଇଥିବା ୪ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଛି ।

BjdElectrycity

ମିଳିଥିବା ସୂଚନା ଅନୁସାରେ, ଅପହୃତ ହୋଇଥିବା  ହେଡମାଷ୍ଟରଙ୍କ ନାଁ ସର୍ବେଶ୍ୱର ଦାସ । ସେ ସୁନ୍ଦରଗଡ ଜିଲ୍ଲା କିଞ୍ଜିରିକେଲା ପୋଲିସ ଅଧିନସ୍ଥ ବ୍ରହ୍ମନମରା ହାଇସ୍କୁଲରେ ହେଡମାଷ୍ଟ ଭାବେ କାମ କରୁଥିଲେ । ଗତକାଲି ସ୍କୁଲରୁ ନିଜ ମୋଟର ସାଇକେଲରେ ବାଲିଶଙ୍କରାସ୍ଥିତ ତାଙ୍କ ଘରକୁ ଫେରୁଥିଲେ । ବାଟରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଗାଡିରୁ ଫିଙ୍ଗି ଦେଇଥିଲେ  । ସର୍ବେଶ୍ୱରଙ୍କୁ ଏକ ଏସୟୁଭି ଗାଡିରେ ବସାଇ ଦ୍ରୁତ ଗତିରେ ପଳାଇ ଯାଇଥିଲେ । ଏହା ପରେ ସେମାନେ ତାଙ୍କ ପତ୍ନୀଙ୍କୁ ଫୋନ କରି ୧ ଲକ୍ଷ ଟଙ୍କା ଦାବି କରିଥିଲେ । ଏପରିକି ଟଙ୍କା ନ ଦେଲେ ସର୍ବେଶ୍ୱରଙ୍କୁ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ ।

ଏହାପରେ ତାଙ୍କର ପତ୍ନୀ ତାଙ୍କୁ ୫୦ ହଜାର ଟଙ୍କା ଡିଜଟାଲ ମୋଡରେ ଦେଇଥିଲେ । ଯାହା ପୋଲିସକୁ ଅପରାଧୀଙ୍କ ପାଖରେ ପହଞ୍ଚିବାରେ ସାହାଯ୍ୟ କରିଥିଲା । ସେମାନଙ୍କଠାରୁ ୨ଟି ବନ୍ଧୁକ, ଗୋଟିଏ ଗାଡି ପୋଲିସ ସିଜ କରିଛି ।

ଏ ନେଇ ପୋଲିସ ଏକ ମାମଲା ରୁଜୁ କରିଛି ଯାଞ୍ଚ କରୁଛି ।

Leave A Reply

Your email address will not be published.