Latest Odisha News

BREAKING NEWS

ଦିନକୁ ରୋଜଗାର ୨.୫ ଲକ୍ଷ ଟଙ୍କା : କ୍ୟାଟିଂନରୁ ସ୍ୟାଣ୍ଡୱିଚ ଚୋରି କରି ଚାକରିରୁ ନିଲମ୍ବିତ

ଲଣ୍ଡନ: ଲଣ୍ଡନର ସିଟି ବ୍ୟାଙ୍କରେ କାର୍ଯ୍ୟରତ ଜଣେ ଯୁବକ ସାମାନ୍ୟ ଲୋଭ ଯୋଗୁ ବଦନାମ ହେବା ସହ ଚାକିରୀରୁ ନିଲମ୍ବିତ ହୋଇଛନ୍ତି । ଭାରତୀୟ ବଂଶୋଦ୍ଭବ ପାରସ ଶାହ ନାମକ ଏହି ବ୍ୟକ୍ତି ଜଣେ ଯୋଗ୍ୟତାସମ୍ପନ୍ନ କର୍ମଚାରୀ ଅଟନ୍ତି । ମାତ୍ର ଷ୍ଟାଫ କ୍ୟାଟିଂନରୁ ସ୍ୟାଣ୍ଡୱିଚ ଚୋରି କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ୩୧ ବର୍ଷୀୟ ପାରସଙ୍କ ବାର୍ଷିକ ରୋଜଗାର ୯କୋଟି ଟଙ୍କା ।

ଏହା ବିଚାରକୁ ନେଲେ ଦୈନିକ ସେ ୨.୫ ଲକ୍ଷ ଟଙ୍କା ଆୟ କରୁଛନ୍ତି ।

ସାମାନ୍ୟ ସ୍ୟାଣ୍ଡୱିଚ ପାଇଁ ଏ ଭଳି କାଣ୍ଡ ଘଟାଇଥିବେ ତାହା କେହି ବିଶ୍ୱାସ କରୁ ନାହାନ୍ତି । ତେବେ ସେ କେତେ ଦିନ ଧରି ଏହି ଚୋରି କରୁଥିଲେ ତାହା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.