Latest Odisha News

BREAKING NEWS

ଜେ ଏସ ଡବ୍ଲୁ କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ

ପାରାଦୀପ : ଜେ ଏସ ଡ ବ୍ଲୁ କମ୍ପାନୀ ପକ୍ଷରୁ ପ୍ରକଳ୍ପ ପୂର୍ବରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯାଇଛି । । ପାରାଦୀପ ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡଃ ବ୍ଲୁ କମ୍ପାନୀ ପାଇଁ ପାନବରଜ ଭଙ୍ଗା ଓ ମାପଚୁପ କାର୍ୟ୍ୟ ଜାରି ରହିଛି। ତେବେ ପ୍ରକଳ୍ପ ପ୍ରତିଷ୍ଠା ପୂର୍ବରୁ କମ୍ପାନୀ ପକ୍ଷରୁ ସାମାଜିକ ଦାୟିତ୍ଵ ବୋଧକୁ ଗୁରୁତ୍ଵ ଦେଇ ଆସୁଛି। ବିଶେଷ କରି ପ୍ରାଥମିକ ପର୍ୟ୍ୟାୟରେ ସ୍ବାସ୍ଥ୍ୟସେବା ପ୍ରତି ଅଧିକ ଧ୍ୟାନ ଦିଆଯାଇଛି।

ଏଥି ପାଇଁ କମ୍ପାନୀ ପକ୍ଷରୁ ସ୍ଥାନୀୟ ବାଲିତୁଠ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଅତ୍ୟାଧୁନିକ ଡିଜିଟାଲ ହେଲଥ କିଟ୍ ପ୍ରଦାନ କରାଯାଇଛି। ଏହି ମେସିନ ସହାୟତାରେ ରକ୍ତ ଚାପ, ମଧୁମେହ,ହେମୋଗ୍ଲୋବିନ,ଅଟୋସ୍କୋପ,ଇ ସି ଜି , ସହିତ ହୃଦରୋଗ ଭଳି ବିଭିନ୍ନ ରୋଗ ସମ୍ପର୍କରେ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି। ଏହି ହେଲଥ କିଟ୍ ପାଇଁ ଜେ ଏସ ଡ ବ୍ଲୁ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଅବସରପ୍ରାପ୍ତ ବରିଷ୍ଠ ଡଃ ବିପିନ୍ ସାମନ୍ତରାୟଙ୍କୁ ନିଯୁକ୍ତି ଦିଆଯାଇଛି।

ଏହି ନୂତନ ମେସିନ ଲାଗିବା ପରେ ସ୍ଥାନୀୟ ତିନି ପଞ୍ଚାୟତ କୁ ଛାଡି,ବାମଦେଇପୁର, ଚଟୁଆ,ବଳେଇପୁର,କୁଜଙ୍ଗ, ପାରାଦୀପ ଗଡ, ଓ ଆଖପାଖ ଅଞ୍ଚଳ ସହିତ କେନ୍ଦ୍ରାପଡ଼ା ଭଳି ଜିଲ୍ଲାରୁ ଦୈନିକ ବହୁ ସଂଖ୍ୟାରେ ରୋଗୀ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସୁଛନ୍ତି।ବିଗତ ଏକମାସ ମଧ୍ୟରେ ପ୍ରାୟ ୬୦୦ ରୁ ଉର୍ଦ୍ଧ ରୋଗୀ ଏହି ମେସିନ ଦ୍ବାରା ଚିକିତ୍ସିତ ହୋଇଥିବାର ସୂଚନା ମିଳିଛି।

ଏଥି ସହିତ ବିଜୁ ମେମୋରିଆଲ ହସପିଟାଲକୁ ଏକ ୩୦ କିଲୋୱାଟ ର ଏକ ଜେନେରେଟର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ମଧ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମୋବାଇଲ ହେଲଥ ଟିମ୍ ର ବ୍ୟବସ୍ଥା କରାଯାଉଛି। ଏଥି ସହିତ ମହିଳା ଓ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ଯୋଜନା ରହିଛି। ଏବଂ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସ୍ଥଳେ ପ୍ରଶାସନିକ ବ୍ୟବସ୍ଥାରେ ସହାୟତା ପ୍ରଦାନ କରିବାକୁ କମ୍ପାନୀ ବଦ୍ଧପରିକର ରହି ଥିବାର କମ୍ପାନୀ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.