Latest Odisha News

BREAKING NEWS

ରିସାଇକ୍ଲି ସାମଗ୍ରୀରୁ ପ୍ରସ୍ତୁତ ଜାକେଟ ପିନ୍ଧି ଜି-୭ ସମ୍ମିଳନୀରେ ଯୋଗ ଦେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ହିରୋସୀମା ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏବେ ସାରା ବିଶ୍ୱର ନଜର । ଆଜି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ମୋଦି ସ୍ୱତନ୍ତ୍ର ଜାକେଟ । ଏହି ସ୍ୱତନ୍ତ୍ର ଜାକେଟ ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଜାକେଟ ପ୍ରସ୍ତୁତ ହୋଇଛି ରିସାଇକେଲ୍ଡ  ସାମଗ୍ରୀରେ ।

ଆଜିର ଦିନରେ ପ୍ରତ୍ୟେକ ଜିନିଷର ଆବଶ୍ୟକତା ରହିଛି । ସାରା ବିଶ୍ୱକୁ ଆଜି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି । ମୋଦି ତାଙ୍କର ଏହି ବିଦେଶ ଗସ୍ତ ଅବସରରେ ଭାରତୀୟ ସଂସ୍କୃତିର ବି ପ୍ରଚାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଜାପାନର ହିରୋସୀମାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ସେଠାରେ ଭାରତୀୟ ସଂସ୍କୃତି ସହ ଜଡିତ ଜଣେ ଭାଷାବିଦ ଏବଂ କଳାକାରଙ୍କୁ ମୋଦି ସାକ୍ଷାତ କରିଛନ୍ତି ଏବଂ ତାଙ୍କ ସହ ଆଲାେଚନା କରି ଉଭୟଙ୍କୁ ସେମାନଙ୍କ କାମ ପାଇଁ ଉତ୍ସାହିତ କରିଛନ୍ତି ।

ଏଠି କହିରଖିବୁ, ୨୦୨୩ ଫେବୃୟାରୀ ୮ରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହାଲକା ନୀଳ ରଙ୍ଗର ଜାକେଟ ପିନ୍ଧିଥିଲେ ଯାହା ପ୍ଲାଷ୍ଟିକ ବୋତଲର ରିସାଇକ୍ଲିଂରୁ ପ୍ରସ୍ତୁତ କରାଯାଇଥିଲା । ସେତେବେଳେ ଏହି ଜାକେଟକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଇଣ୍ଡିଆ ଏନର୍ଜୀ ୱିକ ଅବସରରେ ଇଣ୍ଡିଆନ ଅଏଲ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ବେଙ୍ଗାଲୁରରେ ଏହି ଜାକେଟ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା ।

 

 

Leave A Reply

Your email address will not be published.