Latest Odisha News

BREAKING NEWS

ଦୁଷ୍କର୍ମର ୫୨ ଦିନ ଭିତରେ ଦୋଷୀକୁ ମିଳିଲା ଦଣ୍ଡ, ୩୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ

ବୁଲନ୍ଦସହର: ଦୁଷ୍କର୍ମର ଶିକାର ହେବାର ୨ ମାସ ଭିତରେ ପୀଡିତାଙ୍କୁ ମିଳିଲା ନ୍ୟାୟ ।  ଉତ୍ତର ପ୍ରଦେଶ ବୁଲନ୍ଦ ସହରରେ କୋର୍ଟ ଘଟଣାର ୫୨ ଦିନ ଭିତରେ ଦୋଷୀଙ୍କ ଦଣ୍ଡ ଶୁଣାଇଛନ୍ତି । ୨ ଦୁଷ୍କର୍ମକାରୀଙ୍କୁ କୋର୍ଟ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଉଭୟ ଦୋଷୀ ୧୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିଲେ ।

ସ୍ପେଶାଲ ପୋକ୍ସୋ କୋର୍ଟ ନାବାଳିକା ସହିତ ଦୁଷ୍କର୍ମ ମାମଲାରେ ୨ ଦୋଷୀଙ୍କୁ ଦଣ୍ଡ ଶୁଣାଇଛନ୍ତି । ଜେଲ୍ଦଣ୍ଡ ସହିତ କୋର୍ଟ ଉଭୟଙ୍କୁ ୫୦ ହଜାର ଟଙ୍କା ଜୋରିମାନା ମଧ୍ୟ ଲଗାଇଛନ୍ତି । ଦୋଷୀଙ୍କ ନାଁ ବିରେଶ ଓ ଗିତମ । ଉଭୟଙ୍କ ବୟସ ଯଥାକ୍ରମେ ୨୧ ଓ ୨୦ ବର୍ଷ ।

ବିରେଶ ଓ ଗିତମ ୧୧ ଜାନୁୟାରୀ ୨୦୨୧ରେ ବୁଲନ୍ଦସହରର ରାମଘାଟ ଥାନା ଅଞ୍ଚଳରେ ଏକ ଗାଁରେ ୧୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏହାପରେ ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇଥିଲା ।

ଅଭିଯୋଗ ପରେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଧରିଥିଲା । ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଥିଲା । 

Leave A Reply

Your email address will not be published.