Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ ସଙ୍ଗୀତ ପରିବେଷଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରର ଲୋକାର୍ପିତ ଉତ୍ସବ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।

ପାଶ୍ଚାତ୍ୟ ତଥା ଭାରତୀୟ ସଙ୍ଗୀତ ମିଶ୍ରଣକୁ ନେଇ ଏହି ସଙ୍ଗୀତ ପରିବେଷଣ କରିଥିଲେ ସାଇ ଇଣ୍ଟର ନ୍ୟାସନାଲର ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଙ୍ଗୀତ ପରିବେଷଣରେ ଖୁସି ହୋଇ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ୱ ଦକ୍ଷତା କେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେଶନ, ସିଙ୍ଗାପୁର (ଆଇଟିଇ), ଋଷିଆର ଲର୍ଡ ସ୍କିଲ୍ ସଂସ୍ଥା ଓ ଦକ୍ଷିଣ କୋରିଆର ଗ୍ଲୋବାଲ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ ସ୍କିଲ ମଡେଲ ଅନୁଯାୟୀ ପ୍ରତିଷ୍ଠା କରାଯାଇଛି । ଓଡିଶା ସ୍କିଲ ଡେଭେଲପମେଣ୍ଟ ପ୍ରକଳ୍ପ ଅଧୀନରେ ନିର୍ମିତ ୱାର୍ଲଡ ସ୍କିଲ ସେଣ୍ଟରକୁ ଏସୀୟ ଡେଭେଲୋପମେଣ୍ଟ ବ୍ୟାଙ୍କ ସହଯୋଗ କରିଥିବା ବେଳେ ଆଇଟିଇର ଏଜୁକେଶନ ସର୍ଭିସେସ୍ ସିଙ୍ଗାପୁର ଏହାର ନଲେଜ ପାର୍ଟନର ଅଛନ୍ତି ।

Leave A Reply

Your email address will not be published.