Latest Odisha News

BREAKING NEWS

ଏହି ଦିନ ସିନେମା ଘରେ ଲାଗିବ’ଏମରଜନ୍ସି’, ଡେଟ୍ ଘୋଷଣା କରି ପୋଷ୍ଟର ସେୟାର କଲେ ବଲିଉଡ କ୍ବିନ୍

ମୁମ୍ବାଇ: ଆଉ କିଛି ଦିନ ପରେ ସମସ୍ତ ସିନେମା ଘରେ ଛାଇଯିବେ ବଲିଉଡର କ୍ବିନ୍ କଙ୍ଗନା ରାଣାଓ୍ବତ । କଙ୍ଗନା ଙ୍କ ଅପକମିଙ୍ଗ ଫିଲ୍ମ ‘ଏମରଜନ୍ସି’ ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଛି । ଏନେଇ କଙ୍ଗନା ଆଜି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହା ସହିତ ଫିଲ୍ମର ଏକ ନୂତନ ପୋଷ୍ଟର ସେ ତାଙ୍କ ଇନଷ୍ଟାଗ୍ରାମ ସାଇଡ ରେ ମଧ୍ୟ ସେୟାର କରିଛନ୍ତି ।

ଫିଲ୍ମ ଟିକୁ ନିଜେ କଙ୍ଗନା ଲେଖିଥିବାବେଳେ ଏହାର ନିର୍ଦ୍ଦେଶନା ମଧ୍ୟ କଙ୍ଗନା ନିଜେ ଦେଇଛନ୍ତି । ଫିଲ୍ମର ସେୟାର ହୋଇଥିବା ପୋଷ୍ଟରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ନଜର ଆସିଛନ୍ତି ।

ଏହି ପୋଷ୍ଟର କ୍ୟାପସନରେ କଙ୍ଗନା ଲେଖିଛନ୍ତି, ‘ଆମେ ଭାରତର ଅନ୍ଧକାର ସମୟର କାହାଣୀ ପ୍ରକାଶ କରିବୁ । ଏହି ଫିଲ୍ମ ଟି ଜୁନ୍ 14 ତାରିଖ 2024 ରେ ରିଲିଜ ହେବା ନେଇ ଘୋଷଣା କରିଛନ୍ତି । ସବୁଠାରୁ ଭୟାନକ ଏବଂ କ୍ରୋଧିତ ପ୍ରଧାନମନ୍ତ୍ରୀଙ୍କ କାହାଣୀ ସହିତ ଇତିହାସର ସାକ୍ଷୀ ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ଫିଲ୍ମ ହଲରେ ଇନ୍ଦିରା ଗାନ୍ଧୀ ଗର୍ଜନ କରିବେ’ ।

କଙ୍ଗନା ଏକ ବିବୃତ୍ତିରେ କହିଛନ୍ତି, ‘ଏମରଜନ୍ସି’ ହେଉଛି ମୋର ସବୁଠାରୁ ମହତ୍ବକାକ୍ଷୀ ଫିଲ୍ମ ଅଟେ । ଏହା ମଣିକର୍ଣ୍ଣିକା ପରେ ମୋର ଦ୍ୱିତୀୟ ନିର୍ଦ୍ଦେଶିତ ଫିଲ୍ମ ଅଟେ । ଏହା ସବୁଠୁ ବଡ ବଜେଟ୍ ର ଫିଲ୍ମ ଅଟେ । ଏହି ଫିଲ୍ମ ପାଇଁ ଆମ ପାଖରେ ଏକା ସାଙ୍ଗରେ ଭାରତୀୟ ଏବଂ ଆନ୍ତର୍ଜାତୀୟ ସର୍ବୋତ୍ତମ ପ୍ରତିଭା ମାନେ ଅଛନ୍ତି । ‘ଏମରଜନ୍ସି’ ଚଳଚ୍ଚିତ୍ରଟି ପ୍ରଥମେ ନଭେମ୍ବର 24 ତାରିଖ 2023 ରେ ରିଲିଜ ହେବାରଥିଲା, କିନ୍ତୁ କାର୍ଯ୍ୟସୂଚୀ ପରିବର୍ତ୍ତନ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା’ ।

Leave A Reply

Your email address will not be published.