Latest Odisha News

BREAKING NEWS

ନେତାଙ୍କ ଘର ବାହୁଡା: ଦଳକୁ ଫେରିଲେ ୩ କଂଗ୍ରେସ ନେତା

ଭୁବନେଶ୍ଵର: ଘରକୁ ଫେରିଲେ ଦୁଇ ବରିଷ୍ଠ କଂଗ୍ରେସ ନେତା । ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ହଟିଲା ନିଲମ୍ବନ । ଉଭୟଙ୍କ ନିଲମ୍ବନ ହଟିବା ନେଇ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ସୂଚନା । ଏଥିସହ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ପୁଣିଥରେ ଦଳକୁ ଫେରିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ତେବେ ଗତକାଲି କଂଗ୍ରେସରୁ ନିଲମ୍ବିତ ତିନି ନେତା ଓ ଅଜୟ କୁମାରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏହାପରେ ତିନି ନେତା ଦଳକୁ ଫେରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୨୩ ଜୁଲାଇ ୧୫ରେ ମୋକିମ ଓ ଚିରଞ୍ଜିବ ନିଲମ୍ବିତ ହୋଇଥିଲେ । ସେହିପରି ୨୦୧୯ ଜାନୁଆରୀ ୧୯ରେ ଦଳରୁ ନିଲମ୍ବିତ ହୋଇଥିଲେ ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ।

Leave A Reply

Your email address will not be published.