Latest Odisha News

BREAKING NEWS

କଙ୍ଗନା ରଣାୱତଙ୍କ ଫିଲ୍ମ ‘ତେଜସ୍’ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ !

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଫିଲ୍ମ ‘ତେଜସ୍’ ରିଲିଜ୍ ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ତେବେ ଏହି ଫିଲ୍ମ ରିଜିଲ ପୂର୍ବରୁ ଚଳଚ୍ଚିତ୍ର ଉପରେ ସଙ୍କଟ ଘୁରିବୁଲୁଥିବା ନଜର ଆସିଛି। ଚଳଚ୍ଚିତ୍ର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏଭଳି ମନ୍ତବ୍ୟ ଦେଇଛନ୍ତି ଉକ୍ତ ଫିଲ୍ମରେ ଅଭିନୟ କରୁଥିବା ଜଣେ ଅଭିନେତା। ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ମୟଙ୍କ୍ ମଧୁର କହିଛନ୍ତି ଯେ ଉକ୍ତ ଫିଲ୍ମରେ ତାଙ୍କ ଭୂମିକା ହ୍ରାସ କରାଯାଇଥିବାରୁ ସେ ନିର୍ମାତାଙ୍କ ବିରୋଧରେ ଆଇନଗତ ସହାୟତା ଲୋଡ଼ିବେ। ‘ତେଜସ୍’ ବାୟୁସେନା ପାଇଲଟ୍ ତେଜସ୍ ଗିଲଙ୍କ ଯାତ୍ରାର କାହାଣୀ ଅଟେ। ଏହି ଚଳଚ୍ଚିତ୍ର ଅକ୍ଟୋବରରେ ମୁକ୍ତିଲାଭ କରିବ।

ନିକଟରେ ଏକ ସାକ୍ଷାତକାରରେ ମୟଙ୍କ କହିଛନ୍ତି ଯେ ନିର୍ଦ୍ଦେଶକ ସର୍ବେଶ ମେୱାଡା ତାଙ୍କୁ ପ୍ରଥମେ ୧୫ ମିନିଟର ଭୂମିକା ଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ତା’ପରେ ତାଙ୍କୁ ୧ କିମ୍ବା ୨ ମିନିଟର ଦୃଶ୍ୟ ପାଇଁ ଶୁଟ୍‌କୁ ଆସିବାକୁ କୁହାଯାଇଥିଲା। ମୟଙ୍କ୍ ଅଭିଯୋଗ କରିଛନ୍ତି ଯେ ‘ଟିକୁ ୱେଡ୍ସ ଶେରୁ’ ରେ ସହଯୋଗୀ ନିର୍ମାତା ଭାବେ ତାଙ୍କୁ ଶ୍ରେୟ ଦେବା ସତ୍ତ୍ୱେ କଙ୍ଗନା ତାଙ୍କ ନାମ କେବଳ ବିଶେଷ ଧନ୍ୟବାଦରେ ଉଲ୍ଲେଖ କରିଥିଲେ ଏବଂ ସର୍ଭେଶଙ୍କୁ ଠକିଥିଲେ। ଏଥିସହିତ ଫିଲ୍ମ ରିଲିଜ ପୂର୍ବରୁ କଙ୍ଗନା ପ୍ରଥମେ ତାଙ୍କ ଫି’ଦେବେ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ ବର୍ତ୍ତମାନ କଙ୍ଗନା ଫିଲ୍ମ ନିର୍ମାତାଙ୍କ ଉପରେ ଏହାର ଦାୟିତ୍ୱ ଦେଉଛନ୍ତି।

ମୟଙ୍କ୍ କହିଛନ୍ତି, ‘ମୁଁ କୋର୍ଟକୁ ଯିବାକୁ ନିଷ୍ପତ୍ତି ନେଇଛି। କେଉଁ କୋର୍ଟ ଯିବି ତାହା ଏବେ ଖୁଲାସା କରିବି ନାହିଁ। ଫିଲ୍ମ ରିଲିଜକୁ ମୁଁ ବନ୍ଦ କରିବି ଏବଂ ମୁଁ ଚାହେଁ ନିର୍ମାତାମାନେ ଗିରଫ ହୁଅନ୍ତୁ। ମୁଁ ଏହି ପ୍ରସଙ୍ଗରେ କିପରି ଆଗକୁ ବଢିବି ତାହା ବୁଝିବା ପାଇଁ ଭାରତର ପୂର୍ବତନ ପ୍ରଧାନ ବିଚାରପତିଙ୍କଠାରୁ ମାର୍ଗଦର୍ଶନ ନେଇଛି। ତୁରନ୍ତ ବିଭିନ୍ନ ରାଜ୍ୟରୁ ଗିରଫ ୱାରେଣ୍ଟ ଜାରି କରାଯିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ, ପିଏମଓ, ଗୃହ ମନ୍ତ୍ରଣାଳୟ ଇତ୍ୟାଦି ସହିତ ମଧ୍ୟ କଥା ହୋଇଛି। ସବୁକିଛି ଆଇନ ଅନୁଯାୟୀ କରାଯିବ।’

Leave A Reply

Your email address will not be published.