Latest Odisha News

BREAKING NEWS

ସେତୁ ଯୋଜନାର ବ୍ୟୟ ଅଟକଳ ୧୦୦ କୋଟିକୁ ବୃଦ୍ଧି; ସାମିଲ ହେଲା ସ୍ୱାଭିମାନ ଅଞ୍ଚଳର ୧୦ ପଞ୍ଚାୟତ

ଭୁବନେଶ୍ୱର: ସେତୁ (SETU-  Socio-Economic Transformation and Upliftment) ଯୋଜନାର ବ୍ୟୟ ଅଟକଳ ବୃଦ୍ଧି କଲେ ମୁ୍ଖ୍ୟମନ୍ତ୍ରୀ। ସେତୁ ଯୋଜନା  ବ୍ୟୟ ଅଟକଳକୁ ୫୦ରୁ ୧୦୦ କୋଟିକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାରେ ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା, କୋରୁକୁଣ୍ଡାର ବ୍ଲକର ୧୦ ପଞ୍ଚାୟତକୁ ସାମିଲ କରାଯାଇଛି ।
BjdElectrycity
ମିଳିଥିବା ସୂଚନା ଅନୁଯାୟୀ,  ସେତୁ ଯୋଜନାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ର ୯ ଗୋଟି ପଞ୍ଚାୟତ ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦  ଅନୁନ୍ନତ ପଞ୍ଚାୟତକୁ ସାମିଲ କରାଯାଇଛି । ଏହି ଅଞ୍ଚଳରେ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ ଏହି ପଞ୍ଚାୟତକୁ ସାମିଲ କରାଯାଇଛି ।
ଏତଦ୍‌ବ୍ୟତୀତ ଏହି ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପାଇଁ ନିୟୋଜିତ ଅର୍ଦ୍ଧସାମରିକ ବାହିନୀ  ପ୍ରତିଷ୍ଠାନର ଭିତ୍ତିଭୂମି ଉନ୍ନତୀକରଣ ଓ ସମ୍ପ୍ରସାରଣ ପାଇଁ ସେତୁ ଯୋଜନାରେ ୯ କୋଟି ୬୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।
ଏଠି କହିରଖିବୁ, ଚିତ୍ରକୋଣ୍ଡା ବ୍ଳକ୍‌ର ୯ ଟି ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ଦ୍ବାରା ସଂଯୋଗ କରାଯାଇଅଛି, ଯାହା ସ୍ବାଭିମାନ ଅଞ୍ଚଳ ନାମରେ ନାମିତ। ଏହି ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସେତୁ ଯୋଜନା ୨୦୧୮ ମସିହାରୁ କାର୍ଯ୍ୟକାରୀ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଗତ ମାର୍ଚ୍ଚ ୨୮ ତାରିଖ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଳକ୍‌ ପରିଦର୍ଶନ କରିଥିଲେ ।  ଲୋକମାନଙ୍କ ସ୍ବାର୍ଥ, ସେମାନଙ୍କର ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ।
Leave A Reply

Your email address will not be published.