Latest Odisha News

BREAKING NEWS

ଡେଙ୍ଗୁରେ ଆକ୍ରାନ୍ତ ହେବା ସତ୍ୱେ କାମ କରୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଏହା ସତ୍ୱେ ତାଙ୍କ ବ୍ୟାନର ମଣି କର୍ଣ୍ଣିକା ଫିଲ୍ମସରେ ନିର୍ମିତ ହେଉଥିବା ଆଗାମୀ ଫିଲ୍ମ ସେଟରେ କାର୍ଯ୍ୟ ବ୍ୟସ୍ତ ଥିବା ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଏର୍ମଜେନ୍ସି ଉପରେ ଆଧାରିତ ଏହି ଫିଲ୍ମରେ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଭୂମିକା କରୁଛନ୍ତି । ଏଥିରେ ଶ୍ରେୟାଶ ତଲପଡେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ଜେପି ନାରାୟଣଙ୍କ ଭୂମିକାରେ ଅନୁପମ ଖେର ଅଭିନୟ କରୁଛନ୍ତି । କଙ୍ଗନାଙ୍କ ଫଟୋକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି । କେହି ଏହାକୁ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ପାଗଳପଣ ବୋଲି କହିଛନ୍ତି । ତେବେ କଙ୍ଗନାଙ୍କ ଟିମ ଏଥିରେ ତାଙ୍କୁ ସମର୍ଥନ କରିବା ସହ ଆମ ମ୍ୟାଡାମ ଏହି ଭଳି ବୋଲି ଲେଖିଛନ୍ତି । ୨୫ ଜୁନ ୨୦୨୩ରେ ଫିଲ୍ମ ରିଲିଜ ହେବା ପାଇଁ ସ୍ଥିର ହୋଇଛି ।

Leave A Reply

Your email address will not be published.