Latest Odisha News

BREAKING NEWS

ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ୩ ଜଣ ପର୍ଯ୍ୟଟକ । ଭାସି ଯାଇଥିବା ତିନିଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ଆଜି ସେକ୍ଟର-୧ ଦିଗବାରେଣି ଖୁଣ୍ଟି ବେଳାଭୂମିରେ ମିନାକ୍ଷୀଙ୍କ ସହ ତାଙ୍କ ପରିବାରର ଅନ୍ୟ ପାଞ୍ଚ ଜଣ ଗାଧୋଇବା ସମୟରେ ହଠାତ୍ ୩ ଜଣ ଭାସି ଯାଇଥିଲେ ।

୩ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିଲା । କିଛି ସମୟ ପରେ ମିନାକ୍ଷୀଙ୍କୁ ବ୍ଲୁଫ୍ଲାଗ୍ ବିଚ୍ ସମୁଦ୍ରରୁ ଉଦ୍ଧାର କରାଯାଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମିନାକ୍ଷୀଙ୍କୁ ମୃତ ଘୋଷଣା କରିଛନ୍ତି । ସମୁଦ୍ର କୂଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.