Latest Odisha News

BREAKING NEWS

ଅଭିନେତ୍ରୀ ଯେତେ ସଫଳ ହେଲେ ମଧ୍ୟ ନିର୍ଦ୍ଦେଶକ, ହୀରୋକୁ ଖୁସି କରିବାକୁ ପଡିବ : କଙ୍ଗନା

ମୁମ୍ବାଇ: ସାରା ଦେଶରେ ଏବେ କଙ୍ଗନା ରାନାୱତଙ୍କ ବୟାନ ଉପରେ ନଜର ରହିଛି । ସୁଶାନ୍ତ ସିଂ କେସ୍ ପରେ ସେ ବଲିଉଡର ନଗ୍ନ ରୂପ ସମସ୍ତଙ୍କ ସାମ୍ନାରେ ଉଜାଗର କରୁଛନ୍ତି । ଶନିବାର ସେ କାଷ୍ଠିଂ କାଉଚ ନେଇ ବଡ ବୟାନ ଦେଇଛନ୍ତି । ଯାହା କି ଦିନେ ଦୁଇ ଦିନ ମଧ୍ୟରେ ଝଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । କଙ୍ଗନା କହିଛନ୍ତି ସେ ଯେତେ ବଡ ସଫଳ ଅଭିନେତ୍ରୀ ହେଉଥିଲେ ମଧ୍ୟ ନିର୍ଦ୍ଦେଶକ ଓ ହୀରୋଙ୍କୁ ଖୁସି କରିବାକୁ ପଡିବ । ଫିଲ୍ମ ଶେଷ ହେବା ପର୍ଯ୍ୟନ୍ତ ହୀରୋର ପତ୍ନୀ ଭଳି ରହିବାକୁ ପଡିବ । ଏହା ପରେ ନୂଆ ଅଭିନେତ୍ରୀ ଆଉ ନୂଆ କାହାଣୀ ।

BjdElectrycity

ମୁଁ ଏହା କହୁନି ଯେ, ସମସ୍ତେ ଏ ଭଳି କରୁଛନ୍ତି । ମାତ୍ର ପ୍ରାୟ ଯାହା ସହିତ ଭେଟ ହୋଇଛି ସେମାନେ ସମାନ କଥା କହିଛନ୍ତି । ଜୟା ବଚ୍ଚନଙ୍କ ପରି ଅଭିନେତ୍ରୀଙ୍କ କ୍ଷେତ୍ରରେ ଏହା ଘଟି ନ ଥାଇ ପାରେ କାରଣ ତାଙ୍କ ପାଖରେ ଜଣେ ଶକ୍ତିଶାଳୀ ପୁରୁଷ ଥିଲେ । ପରବୀନ ବେବି ଓ ଜୀନତ ଅମନଙ୍କ ଭଳି ଅଭିନେତ୍ରୀଙ୍କ କଥା ମୁଁ କହୁଛି । ସେମାନେ ବହୁତ କିଛି କଷ୍ଟ ସହିଛନ୍ତି । ଆଗକୁ ଏହା ନ ହେଉ ବୋଲି କଙ୍ଗନା କହିଛନ୍ତି ।

Leave A Reply

Your email address will not be published.