Latest Odisha News

ଅନୁଭବଙ୍କ ଓକିଲ କହିଲେ ‘ବର୍ଷାଙ୍କ ରହିଛି ନିଜସ୍ୱ ଆୟ’

ଭୁବନେଶ୍ୱର: ଜୋର୍ ଧରିଛି ଓଲିଉଡ ଷ୍ଟାର ଯୋଡି ଅନୁଭବ-ବର୍ଷାଙ୍କ ବିବାଦ । କଥା ଯାଇ ଏବେ ସୁପ୍ରିମକୋର୍ଟାରେ ପହଂଚିଲାଣି ।  ଦିଲ୍ଲୀ ପଟିଆଲାରେ ଅନୁଭବ କରିଥିବା ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷା ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱନୀ ଦୁବେ । ସେ କହିଛନ୍ତି ବର୍ଷାଙ୍କ ନିଜସ୍ୱ ଆୟ ରହିଛି । ତେଣୁ ଦିଲ୍ଲୀ ଆସି କେସ ଲଢ଼ିବାରେ କୌଣସି ସମସ୍ୟା ନାହିଁ । କୋର୍ଟ ନିର୍ଦ୍ଦେଶ ଅନୁସାରେ ପରବର୍ତୀ ପଦକ୍ଷେପ ନିଆଯିବ ।

ସେପଟେ ଅନୁଭବଙ୍କ ଓକିଲଙ୍କ ବୟାନ ଉପରେ ଜବାବ ରଖିଛନ୍ତି ବର୍ଷାଙ୍କ ଓକିଲ । ସେ କହିଛନ୍ତି ବର୍ଷାଙ୍କ ପାଖରେ ରୋଜଗାରର ବାଟ ଥିଲେ ବି ଦିଲ୍ଲୀରେ ଘର ନାହିଁ । ଅନୁଭବଙ୍କ ଘର ଉଭୟ କଟକ ଓ ଦିଲ୍ଲୀରେ ରହିଛି । ତେଣୁ ମାମଲା କଟକ ଯିବାରେ କିଛି ଅସୁବିଧା ନାହିଁ ।

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଚିଛି । ଦିଲ୍ଲୀରୁ କଟକକୁ ମାମଲା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ପାଇଁ ଦିଲ୍ଲୀ ସ୍ଥିତ ପଟିଆଲା ହାଉସକୋର୍ଟରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏକ ପିଟିସନ ଦାଖଲ କରିଛନ୍ତି । ତେବେ ଦିଲ୍ଲୀ ଯାଇ ମାମଲା ଲଢିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି ବର୍ଷା । ପୂର୍ବରୁ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ବର୍ଷା କଟକ ଫ୍ୟାମଲି କୋର୍ଟରେ ମାମଲା ରୁଜୁ କରିଛନ୍ତି ।

Leave A Reply

Your email address will not be published.