Latest Odisha News

ମହାରାଷ୍ଟ୍ର ସରକାରଙ୍କୁ କଙ୍ଗନାଙ୍କ ସମାଲୋଚନା: ମୁଁ ପ୍ରକୃତ ଦେଶଭକ୍ତ, ହାରମଖୋର ନୁହେଁ

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତ ରବିବାର ମହାରାଷ୍ଟ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବ ପୋଲିସ କମିଶନର ପରମବୀର ସିଂଙ୍କ ଆଣିଥିବା ଅଭିଯୋଗ ଏବେ ସାରା ଭାରତରେ ରାଜନୈତିକ ଝଡ ସୃଷ୍ଟି କରିଛି । ଏହାକୁ ଟାର୍ଗେଟ କରି କଙ୍ଗନା କହିଛନ୍ତି ମୁଁ ଯେତେବେଳେ ଅନ୍ୟାୟ, ଦୁର୍ନୀତି ବିରୋଧରେ ମୁହଁ ଖୋଲିଲି ମୋତେ ହଇରାଣ କରାଗଲା । ମୋ ଘର ଭାଙ୍ଗି ଦିଆଗଲା ।

ଅବଶ୍ୟ ସେ ସମୟରେ ଅନେକଙ୍କୁ ଏହା ଆନନ୍ଦ ପ୍ରଦାନ କରିଥିଲା । ମାତ୍ର ମୁଁ ଭୁଲ ନ ଥିଲି ତାହା ପ୍ରମାଣିତ ହୋଇପାରିଛି । ମୁଁ ପ୍ରକୃତ ଦେଶଭକ୍ତ ଥିଲି ହାରାମଖୋର ନୁହେଁ ବୋଲି କହିଛନ୍ତି । ପରମବୀରଙ୍କୁ ପଦରୁ ହଟାଯିବା ପରେ କଙ୍ଗନା କହିଥିଲେ ଏହା ଶିବସେନା ଅନ୍ତର ଆରମ୍ଭ ।

Leave A Reply

Your email address will not be published.