Latest Odisha News

BREAKING NEWS

ମେ ୨୭ରେ ରିଲିଜ ହେବ କଙ୍ଗନାଙ୍କ ଧାକଡ

ମୁମ୍ବାଇ: କୁଇନ କଙ୍ଗନା ରାନାୱତଙ୍କ ବହୁ ଚର୍ଚ୍ଚିତ ଆକ୍ସନ ଫିଲ୍ମ ଧାକଡର ନୂତନ ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ମେ ୨୭ରେ ଧାକଡ ଥିଏଟରରେ ମୁକ୍ତିଲାଭ କରିବ ବୋଲି କଙ୍ଗନା ସୋସିଆଲ ସାଇଟ ମାଧ୍ୟମରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଏଜେଂଟ ଅଗ୍ନିର ଫୋର୍ସକୁ କେହି ଅଟକାଇ ପାରିବେ ନାହିଁ ବୋଲି କଙ୍ଗନା ଲେଖିଛନ୍ତି । ଏହି ସ୍ପାଇ ଥ୍ରୀଲର ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲାୟଲମ ଭାଷାରେ ଏକତ୍ର ରିଲିଜ ହେବ ।

ପ୍ରଶଂସକମାନେ କଙ୍ଗନାଙ୍କ ଏକ ନୂତନ ଲୁକ ଏବଂ ଶୈଳୀ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ । ଫିଲ୍ମର ସଫଳତା ନେଇ ମେକର୍ସ ଦୃଢ଼ ଆଶାୟୀ ଅଛନ୍ତି । ଓଟିଟିରେ ରିଲିଜ ନ କରିବା ପାଇଁ ମେକର୍ସମାନେ ଏଥିପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିଲେ ।

Comments are closed, but trackbacks and pingbacks are open.