ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଗୀତିକାର ଜାଭେଦ ଅଖତର୍ଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କଙ୍ଗନା ରାନାୱତ ଏବଂ ଜାଭେଦ ଅଖତର ଆଜି କୋର୍ଟରେ ହାଜର ହୋଇଥିଲେ। ଏହାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ ହେବାର ଅଛି।
ତେବେ କଙ୍ଗନା ଏବେ ଜାଭେଦ ଅଖତରଙ୍କ ବିରୋଧରେ ଅପରାଧିକ ଧମକ ଦେଇଥିବା ଅଭିଯୋଗ କରି ଏହି ମାମଲାକୁ ମାଜିଷ୍ଟ୍ରେଟଙ୍କ ନିକଟକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ସେ କୋର୍ଟଙ୍କ ଉପରୁ ଆସ୍ଥା ଓ ବିଶ୍ୱାସ ହରାଇଛନ୍ତି। ଏହାପୂର୍ବରୁ ବମ୍ବେ ହାଇକୋର୍ଟ ଅଭିନେତ୍ରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଥିଲେ।
Comments are closed.