Latest Odisha News

BREAKING NEWS

କନ୍ନଡ ଫିଲ୍ମ ଅଭିନେତା ସୁରେନ୍ଦ୍ରଙ୍କୁ ହତ୍ୟା

ବାଙ୍ଗାଲୋର: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସୁରେନ୍ଦ୍ର ବଂଟୱାଲାଙ୍କ ମୃତ୍ୟୁ ଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି । ତାଙ୍କ ଶରୀରରେ ଅନେକ କ୍ଷତ ରହିଥିବାରୁ ପୋଲିସ ଏହା ଏକ ହତ୍ୟକାଣ୍ଡ ଭାବେ ବିବେଚନା କରିଛି । ସୁରେନ୍ଦ୍ରଙ୍କ ସାଙ୍ଗମାନେ ତାଙ୍କୁ ବାରମ୍ବାର ଫୋନ କରିବାରୁ ସେ ଉଠାଇ ନ ଥିଲେ । ସେମାନେ ତାଙ୍କ ଘରକୁ ଗଲା ପରେ ମୃତ ଦେହ ସୋଫାରେ ପଡିଥିବା ଦେଖିବାକୁ ପାଇଥିଲେ । ଏହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ହତ୍ୟାକାଣ୍ଡର ପୂର୍ବଦିନ ସୁରେନ୍ଦ୍ରଙ୍କ ସହ କେଉଁ ବ୍ୟକ୍ତି ଥିଲେ ତାଙ୍କୁ ଖୋଜା ଚାଲିଛି ବୋଲି ପୋଲିସ ସୂଚନା ଦେଇଛି ।

ସୁରେନ୍ଦ୍ରଙ୍କ ବିରୋଧରେ ୧୫ କ୍ରିମନାଲ କେସ୍ ରହିଛି । ୨ବର୍ଷ ତଳେ ସେ ବିଜେପି କର୍ମକର୍ତାଙ୍କୁ ଧମକାଉଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ପୋଲିସ ଗିରଫ କରିଥିଲା ଏବଂ ପରେ ସେ ଜାମିନରେ ଆସିଥିଲେ । ନିକଟରେ ସେ କଂଗ୍ରେସରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.