Latest Odisha News

BREAKING NEWS

ଡିନାମାଇଟ୍‌ରେ ବନ୍ଧ ଉଡାଇବା ଘଟଣା: ବିଧାୟକଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ଭୁବନେଶ୍ୱର: ଯାଜପୁର ଧର୍ମଶାଳାରେ ଡିନାମାଇଟ୍ ଲଗାଇ ୨୪ କୋଟି ଟଙ୍କାର ବନ୍ଧ ଉଡାଇବା ଘଟଣାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାୟୁକ୍ତ ନୋଟିସ କରିଛନ୍ତି । ବିଧାୟକଙ୍କ ସମେତ ୬ଜଣଙ୍କୁ ମଧ୍ୟ ନୋଟିସ ହୋଇଛି । ଘଟଣା ନେଇ ବିଧାୟକ ଓ ତାଙ୍କ ମାମୁ ଇଂଜିନିୟର ନରେନ ଜେନାଙ୍କ ନାଁରେ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ ସାମାଜିକ କର୍ମୀ ।

ଲୋକାୟୁକ୍ତ ନୋଟିସ କରିବା ପରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଦଳ ଏହାକୁ ସ୍ୱାଗତ କରୁଛି । ତେବେ ଉଭୟଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନରେ ମାମଲା ହେବା ଦରକାର । ପୁଣିଥରେ ଠିକା କାମ ପାଇବା ପାଇଁ ଏମିତି କାମ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ଅଭିଯୋଗ ବହୁତ ସମୟରେ ହୁଏ । କିନ୍ତୁ ଅଭିଯୋଗ ସାବ୍ୟସ୍ତ ହେବା ଦରକାର । ଲୋକାୟୁକ୍ତ ଏକ ଜୁଡିସିଆଲ ବଡି । କେନ୍ଦ୍ରୀୟ ଆଇନ୍ ବଳରେ ଏହା ପ୍ରତିଷ୍ଠା କରାଯାଇଛି । ଅଭିଯୋଗର ବିଚାର ହେବାକୁ ଦିଆଯାଉ ତାପରେ ସତ୍ୟତା ଆପେ ପଦାକୁ ଆସିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.