Latest Odisha News

BREAKING NEWS

ବିହାର ନିର୍ବାଚନ ପ୍ରଚାରରେ ବିଜେପିକୁ ଶକ୍ତ ଧକ୍କା, ସୁଶୀଲ ମୋଦିଙ୍କୁ କରୋନା

ପାଟନା: ବିହାର ନିର୍ବାଚନ ପ୍ରଚାରରେ ଗୁରୁବାର ବିଜେପିକୁ ଶକ୍ତ ଧକ୍କା ଲାଗିଛି । ବରିଷ୍ଠ ନେତା ସୁଶୀଲ ମୋଦି କରୋନା ଆକ୍ରାନ୍ତ ହୋଇଛନ୍ତି । ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରାଦାର ଚାଲିଛି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି । ଆଜି ମଧ୍ୟାହ୍ନରେ ସୁଶୀଲ କୁମାର ମୋଦି କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ମୋ ରିର୍ପୋଟ ପଜିଟିଭ ଆସିଛି । ତେବେ ମୋ ଶରୀରର ସମସ୍ତ ପାରାମିଟର ଠିକ ରହିଛି । କେବଳ କିଛି ମାଇଲ୍ଡ ଲକ୍ଷଣ ଦେଖାଯାଉଛି । ଦୁଇ ଦିନ ହେଲା ମୋ ଶରୀରର ତାପମାତ୍ରା ବଢ଼ି ନାହିଁ । ଅଧିକ ମନିଟରିଂ ପାଇଁ ପାଟନା ଏମ୍ସରେ ଆଡମିଟ୍ ହୋଇଛି । ଫୁସଫୁସର ସିଟି ସ୍କାନ ଠିକଠାକ ରହିଛି । ମୁଁ ଖୁବଶୀଘ୍ର ପ୍ରଚାର କାର‌୍ୟ୍ୟକ୍ରମକୁ ଆସିବି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.