Latest Odisha News

ପିଆଜ ପରଟା

ଘରେ ତିଆରିରେ କରନ୍ତୁ ‘ପିଆଜ ପରଟା’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି ।

ଆବଶ୍ୟକୀୟ ସାମଗ୍ରୀ:

୨ ଛୋଟ କଟା ହୋଇଥିବା, ପିଆଜ, ବେସନ ୨ ବଡ ଚାମଚ, ଲାଲ ଲଙ୍କା ପାଉଡର ୧/୪ ଛୋଟ ଚାମଚ, ଲୁଣ ସ୍ବାଦାନୁସାରେ, କଞ୍ଚା ଲଙ୍କା ଛୋଟ କଟା ହୋଇଥିବା, ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ପିଆଜ ଏବଂ ବେସନ ନିଅନ୍ତୁ। ସେଥିରେ ଲୁଣ ପକାନ୍ତୁ। ଲାଲ ଲଙ୍କା ପାଉଡର ପକାନ୍ତୁ, ଧନିଆ ପତ୍ର ଏବଂ କଞ୍ଚା ଲଙ୍କା ମିଶାନ୍ତୁ। ଆବଶ୍ୟକତାଅନୁସାରେ ଏଥିରେ ପାଣିର ବ୍ୟବହାର କରିପାରିବେ। ଏବେ ଅଟାର ଗୋଲା ବନାଇ ବେଲି ଦିଅନ୍ତୁ। ଏହା ଉପରେ ପିଆଜର ସ୍ଟଫିଂ ଦିଅନ୍ତୁ। ଏହାପରେ ଚାରିପଟରୁ ବନ୍ଦ କରିଦିଅନ୍ତୁ।

ଏବେ ତାୱାକୁ ଗ୍ୟାସ ଉପରେ ହାଇ ଆଞ୍ଚରେ ରଖନ୍ତୁ। ଏବେ ସେଥିରେ ତେଲ ଲଗାଇ ପରଟାକୁ ପକାନ୍ତୁ। ଯେତେବେଳେ ଏହା ଗୋଟିଏ ପଟରୁ ଲାଲ ହୋଇଯିବ ତେବେ ଏହାକୁ ଓଲଟାଇ ଦିଅନ୍ତୁ। ଏବେ ଆପଣଙ୍କର ପିଆଜ ପରଟା ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆଚାର, ବୁନ୍ଦି ରାଇତା କିମ୍ବା ଦହି ରାଇତା ସହିତ ମିଶାଇ ଖାଇପାରିବେ।

Leave A Reply

Your email address will not be published.