ମୁମ୍ବାଇ: କମେଡି କିଙ୍ଗ କପିଲଙ୍କୁ କିଏ ବା ନଜାଣେ । କମେଡି ସହ କପିଲ ଅଭିନୟ ଦୁନିଆରେ ବି ପ୍ରବେଶ କରିଛନ୍ତି । ଅଭିନୟ ଦୁନିଆରେ ତାଙ୍କର କ୍ୟାରିୟର ଏତେଟା ସଫଳ ହୋଇନଥିଲେ ବି କମେଡି ଦୁନିଆରେ କିନ୍ତୁ ସେ ଆଜି ବି ବାଦଶାହ । ଶୁଣିବାକୁ ମିଳିଛି କପିଲ ନିଜ ସୋରୁ କିଛି ସମୟ ପାଇଁ ଛୁଟି ନେବେ । ହେଲେ ଏହା ପଛରେ କୌଣସି ତିକ୍ତତା ନୁହେଁ ବରଂ ଏକ ୱେବ୍ ସିରିଜ୍ କାରଣ ପାଲଟିଛି ।
ରିପୋର୍ଟ ଅନୁଯାୟୀ ଖୁବଶୀଘ୍ର କପିଲ ୱେବ୍ ସିରିଜରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ନିଜ ସୋ’ରୁ ମାସକ ପାଇଁ ଛୁଟି ନେବେ । ତେବେ ଦର୍ଶକ ଯେପରି ସୋ’ରୁ ବଂଚିତ ନହୁଅନ୍ତି, ସେଥିପାଇଁ କପିଲ ଏକାଧିକ ଏପିସୋଡ୍ ବି ବ୍ୟାକଅପ୍ ଭାବେ ସୁଟ୍ କରିସାରିଛନ୍ତି ।
ୱେବ୍ ସିରିଜ୍ “ଦାଦି କି ଶାଦୀ” ଜରିଆରେ କପିଲ ଓଟିଟି ପ୍ଲାଟଫର୍ମରେ ନିଜ କ୍ୟାରିୟର ଆରମ୍ଭ କରିବେ । କମେଡି ଥିମ ଉପରେ ନିର୍ମିତ ହେବାକୁ ଥିବା ଏହି ସିରିଜ ପାଇଁ କପିଲ କୁଆଡେ ୨୦ କୋଟି ଟଙ୍କା ଫିସ୍ ନେଇଛନ୍ତି । ତେବେ ଏ ନେଇ କୌଣସି ଅଫିସିଆଲ କନଫର୍ମେସନ ମିଳିନି ।
Comments are closed.