Latest Odisha News

BREAKING NEWS

ଫିଲ୍ମ “ବ୍ରହ୍ମାସ୍ତ୍ର” ରିଲିଜ୍ କରିବାକୁ ମନା କଲେ କରନ୍ ଜୋହର !

ମୁମ୍ବାଇ: ପ୍ରଥମ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ଆସୁଛନ୍ତି ରଣବୀର କାପୁର ଓ ଆଲିୟା ଭଟ୍ଟ । ଅୟାନ ମୁଖାର୍ଜିଙ୍କ ଏହି ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନ, ନାଗାର୍ଜୁନ, ଡିମ୍ପଲ୍ କପାଡିଆ ଓ ମୌନୀ ରୟଙ୍କ ଭଳି ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପୂର୍ବରୁ ଏହି ଫିଲ୍ମର ଟାଇଟଲ ଡ୍ରାଗନ୍ ଥିଲାବେଳେ ୨୦୧୬ ଖ୍ରୀଷ୍ଟମାସ ଅବସରରେ ରିଲିଜ୍ ହୋଇଥାନ୍ତା । ହେଲେ ଏହାର କାହାଣୀ ଅତ୍ୟନ୍ତ ଜଟିଳ ହୋଇଥିବାରୁ ତାହା ସମ୍ଭବ ହୋଇପାରିନଥିଲା ।

ଏ ପର୍ଯ୍ୟନ୍ତ ଏହି ଫିଲ୍ମର ରିଲିଜ୍ ଡେଟ୍ ଏକାଧିକ ଥର ଘଂଚିସାରିଲାଣି । ୨୦୧୯, ସ୍ୱାଧୀନତା ଦିବସ ଓ ପରେ ଚଳିତବର୍ଷ ଡିସେମ୍ବର ୪ରେ ରିଲିଜ ହେବା ନେଇ ସ୍ଥିର ହୋଇଥିଲା । ହେଲେ କରୋନା ଓ ଲକଡାଉନ୍ ପାଇଁ ଫିଲ୍ମ ରିଲିଜ୍ ଅସମ୍ଭବ ହୋଇପଡିଥିଲା । ଏପରି ସ୍ଥିତିରେ ସଡକ-୨, କୁଲି ନମ୍ବର-୧ ଓ ଲକ୍ଷ୍ମୀ ଭଳି ଫିଲ୍ମ ବାଧ୍ୟ ହୋଇ ଓଟିଟି ପ୍ଲାଟଫର୍ମର ରାସ୍ତା ଆପଣେଇଥିଲେ । ହେଲେ ଏବେ ଶୁଣିବାକୁ ମିଳିଛି ଫିଲ୍ମ ନିର୍ମାତା କରନ୍ ଜୋହର କୁଆଡେ ବ୍ରହ୍ମାସ୍ତ୍ରକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବାକୁ ଇଛୁକ ନାହାଁନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଡିଜନି ହଟ୍‌ଷ୍ଟାର୍ ବ୍ରହ୍ମାସ୍ତ୍ର ଭଳି ଫିଲ୍ମକୁ ଷ୍ଟ୍ରୀମ୍ କରିବା ପାଇଁ ଫକ୍ସ ଷ୍ଟାର୍‌କୁ ପ୍ରସ୍ତାବ ଦେଇଥିଲା । ହେଲେ ସିନେମା ହଲ୍ ରିଲିଜ୍‌କୁ ବାଇପାସ୍ କରି ଓଟିଟି ପ୍ଲାଟଫର୍ମରେ ଫିଲ୍ମକୁ ରିଲିଜ୍ କରିବା ନେଇ କରନ୍ ଆଦୌ ଆଗ୍ରହ ଦେଖାଇନଥିଲେ ।

କରନ୍‌ଙ୍କ ଅନୁଯାୟୀ ଭିଏଫଏକ୍ସ ଗ୍ରାଫିକ୍ସ ଇଫେକ୍ଟସରେ ଭରପୁର ଥିବା ଏହି ଫିଲ୍ମକୁ କେବଳ ସିନେମା ହଲରେ ହିଁ ଉପଭୋଗ କରାଯାଇପାରିବ । ଅନ୍ୟପଟେ ଫିଲ୍ମର ସମସ୍ତ ସୁଟିଂ ସରିଥିଲାବେଳେ ଫୁଲ୍ ସ୍ପିଡ୍‌ରେ ଆଗେଇ ଚାଲିଛି ପୋଷ୍ଟ-ପ୍ରଡକ୍ସନ କାମ ।

Leave A Reply

Your email address will not be published.