Latest Odisha News

BREAKING NEWS

କାର୍ଗିଲ ଦିବସରେ ସହୀଦ ବୀରଙ୍କୁ ସ୍ମୃତିଚାରଣ କରୁଛି ସାରା ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି କାରଗିଲ ବିଜୟ ଦିବସ । ସାରା ଦେଶରେ ଆଜି ୨୩ତମ କାର୍ଗିଲ ବିଜୟ ଦିବସ ଉତ୍ସବରେ ସହୀଦ ବୀରଙ୍କ ସ୍ମତିଚାରଣ କରାଯାଉଛି ।  ୧୯୯୯ ମସିହା ଜୁଲାଇ 26ରେ କାର୍ଗିଲ୍‌ ଯୁଦ୍ଧର ଅନ୍ତଃ ଘଟିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଭାରତ ବିଜୟ ଲାଭ କରି ଦେଶର ଟେକ ରଖିଥିଲା। ଏହି ଅବସରରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ନେଇ ବରିଷ୍ଠ  ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାଛଡ଼ା କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ଏହି ଦିବସରେ ସାରା ଦେଶ ସହୀଦ ବୀର ସୈନିକଙ୍କୁ ସ୍ମୃତିଚାରଣ କରୁଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସହୀଦ ସୈନିକଙ୍କ ବଳୀଦାନକୁ ଦେଶ ସର୍ବଦା ମନେ ରଖିବ ବୋଲି କହିଛନ୍ତି ।

 

ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ସମସ୍ତେ ବୀର ସୈନିକଙ୍କ ବଳୀଦାନକୁ ମନେ ପକାଇଛନ୍ତି ।

ପାକ ବିରୋଧରେ ସେନାର ବୀରତ୍ୱକୁ ମନେପକାଉଛି ସାରାଦେଶ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କାର୍ଗିଲ ଦିବସର ସ୍ମୃତିଚାରଣ କରିଛନ୍ତି ।

ଦେଶର ସମସ୍ତ ସାହସୀ ବୀର ପୁତ୍ରମାନଙ୍କୁ ମନେ ପକାଇଛନ୍ତି ଗୃହମନ୍ତ୍ରୀ ଅମିତଶାହ

 

 

ଦେଶର ସମସ୍ତ ସାହସୀ ବୀର ପୁତ୍ରମାନଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 

 

Leave A Reply

Your email address will not be published.