Latest Odisha News

BREAKING NEWS

କାଶୀପୁରରେ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ସରକାର? ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକାଳରେ ପୁଣି ଥରେ ଉଠିଲା ରାୟଗଡା କାଶୀପୁରରେ ଝାଡ଼ା ବାନ୍ତି ବ୍ୟାପିବା ପ୍ରସଙ୍ଗ । ଗତକାଲି ନିର୍ମାଣ ସୌଧନ ପ୍ରସଙ୍ଗ ବିରୋଧୀ ଉଠାଇଥିବା ବେଳେ ଆଜି ବିଜେପି ଓ କଂଗ୍ରେସ କାଶୀପୁର ପ୍ରସଙ୍ଗ ଉାଠାଇଥିଲେ। ସାମ୍ବାଦିକ ସମ୍ମିଳନୀ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି। କାଶୀପୁରରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସରକାର ୯ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କହୁଛନ୍ତି। ଅନ୍ୟ ୫ ଜଣଙ୍କର ଯଦି ସ୍ୱାଭାବିକ ମୃତ୍ୟୁ ହୋଇଛି ବୋଲି ସରକାର କହୁଛନ୍ତି ତାହେଲେ ୫ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବିଧାନସଭାରେ ରଖିବା ପାଇଁ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ।

କାଶୀପୁରରେ ଝାଡାବାନ୍ତି ବ୍ୟାପିବା ନେଇ ବିରୋଧୀ ଦୂଷିତ ପାଣି ବୋଲି କହିଛନ୍ତି। ଏହି ଦୂଷିତ ପାଣି ବ୍ୟାପିବା ପଛରେ ନିକଟରେ ଥିବା ଉତ୍କଳ ଆଲୁମିନା କମ୍ପାନୀକୁ ଦାୟୀ କରିଛନ୍ତି। ପାଣି ପ୍ରଦୂଷିତ ହେବା ପଛରେ କମ୍ପାନୀ ରହିଛି । କମ୍ପାନୀରୁ ନିର୍ଗତ ହେଉଥିବା ପାଣି ଟ୍ରିଟମେଣ୍ଟ ନକରି ଛଡାଯାଉଛି । ତେଣୁ ଝାଡାବାନ୍ତି ବ୍ୟାପୁଛି ବୋଲି ଗୃହରେ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି। ସ୍ଥିତି ଅନୁଧ୍ୟାନ ପାଇଁ ବିଧାନସଭା ପକ୍ଷରୁ ଏକ ସର୍ବଦଳୀୟ ଟିମ ଗଠନ କରାଯାଉ ବୋଲି ଦାବି କରିଛନ୍ତି ମୋହନ ମାଝୀ। ଏହାସହ କହିଛନ୍ତି ରାଜ୍ୟ ସରକାର ଯେଉଁ ବିକାଶ କରିବା କଥା ସେଠାରେ ସେଭଳି ବିକାଶ ସେଠି ହୋଇ ନାହିଁ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛନ୍ତି । ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି। କାଶୀପୁରରେ ଗତକାଲି ଦସମନ୍ତପୁରରେ ୩ ଜଣ ମୃତ୍ୟୁବରଣ କରିଛନ୍ତି। ଏହାକୁ ମିଶାଇ ମୋଟ୍ ୧୪ ଜଣ ପ୍ରାଣ ହରାଇଛନ୍ତି। ପାଣିକୁ ଟ୍ରିଟମେଣ୍ଟ କରିନଯାଇ ଛଡ଼ାଯିବାରୁ ପ୍ରଦୂଷିତ ହେଉଛି। ଅଭିବକ୍ତ କୋରାପୁଟରେ ମୋଟ ୧୭ ଜଣ ମୃତ୍ୟୁବରଣ କରିଛନ୍ତି। କମ୍ପାନୀ ଚୁକ୍ତି ଅନୁଯାୟୀ କାମ କରୁନି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠନ କରାଯାଇ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

Leave A Reply

Your email address will not be published.