Latest Odisha News

BREAKING NEWS

ବିବାହ ବେଦୀରୁ ଭୋଟ ଦେବାକୁ ଆସିଲେ ନବବଧୂ

ବାଙ୍ଗାଲୋର: ଆଜି କର୍ଣ୍ଣାଟକରେ ଚାଲିଛି ବିଧାନସଭା ଆସନ ପାଇଁ ମତଦାନ । ଭୋଟ ଦେବାପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଥିବା ଦେଖିବାକୁ ମିଳିଛି ।ମତଦାନ କେନ୍ଦ୍ର ସମ୍ମୁଖରେ ଭୋଟରଙ୍କ ଲମ୍ବା ଭିଡ ଲାଗି ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ନେତାମାନେ ଭୋଟ କେନ୍ଦ୍ରରେ ଭିଡ ଜମାଇଛନ୍ତି ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ । ଏପରକି ଭୋଟ କେନ୍ଦ୍ର ସମ୍ମୁଖରେ ନବ ବିବାହିତା ବଧୂଙ୍କୁ ବି ଦେଖିବାକୁ ମିଳିଥିଲା । ସେ ବି ଭୋଟ ଦେବାପାଇଁ ଧାଡିରେ ଛିଡା ହୋଇ ରହିଥିଲେ ।

ଚିକ୍କାମଙ୍ଗଲୁରୁ ଜିଲ୍ଲାର ମକୋନାହଲ୍ଲୀରେ ଜଣେ ନବବଧୂ ବିବାହ ବେଦିରୁ ଆସିଥିଲେ ଭୋଟ ଦେବାପାଇଁ । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନବ ବଧୂ ଶାଢୀ ଗହଣା ସହ ବେକରେ ଫୁଲମାଳ ପକାଇ ସେ ମତଦାନ କେନ୍ଦ୍ରକୁ ଆସିଥିଲେ । ସାଙ୍ଗରେ ତାଙ୍କର କିଛି ସମ୍ପର୍କୀୟ ବି ଆସିଥିଲେ ।

ଏଥିସହିତ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଆଜି ଭୋଟ ଦେଇଛନ୍ତି । ସେ କହିଛନ୍ତି, ବେଙ୍ଗାଲୁରରେ  ଇନଫା ଷ୍ଟ୍ରକଚର ଆହୁରି ଭଲ ହେଉ । କର୍ଣ୍ଣାଟକର ଶିଳ୍ପ ଏବଂ ଟେକ୍ନୋଲଜିର ଆହୁରି  ଉନ୍ନତି ହେଉ । ଏଥିପାଇଁ ମୁଁ ଭୋଟ ଦେଇଛି । ଡବଲ ଇଞ୍ଜିନ ସରକାର ପାଇଁ ଭୋଟ ଦେଇଛି ବୋଲି କହିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ର୍ଣ୍ଣାଟକ ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ମତଦାନ । ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ରାଜ୍ୟରେ ୫ କୋଟି ୩୧ ଲକ୍ଷରୁ ଅଧିକ ଭୋଟର ଆଜି ତାଙ୍କର ମତଦାନ ସାବ୍ୟସ୍ତ କରିବେ । ସାରା ରାଜ୍ୟରେ ୫୮ ହଜାର ୫୪୫ ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ଚଳିତ ନିର୍ବାଚନରେ ୯ ଲକ୍ଷ ୧୭ ହଜାରରୁ ଅଧିକ ଭୋଟର ପ୍ରଥମ ଥର ପାଇଁ ମତସାବ୍ୟସ୍ତ କରିବା ପାଇଁ ଯାଉଛନ୍ତି ।

ଆଜିର ମତଦାନ ମୋଟ୍ ୨୬୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ବିଜେପି ସମସ୍ତ ୨୨୪ ଆସନରେ ଲଢୁଥିବାବେଳେ କଂଗ୍ରେସ ୨୨୩ ଆସନ, ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢୁଛି । ସେହିପରି ଆମ୍ ଆଦମୀ ପାର୍ଟି ୨୦୯ ଆସନରେ ପ୍ରାର୍ଥୀ ଦେଇଛି ।

Leave A Reply

Your email address will not be published.