ଝାଡଖଣ୍ଡ: ଠାକୁର ଦର୍ଶନ ଯାତ୍ରା ହେଲା ଶେଷ ଯାତ୍ରା । ସ୍କର୍ପିଓ ଗାଡି ଦୁର୍ଘଟଣାରେ ଗଲା ୧୩ ଶ୍ରଦ୍ଧାଳୁଙ୍କ ଜୀବନ । ଆଉ କିଛି ସମୟ ପରେ ରାଜରପ୍ପାରେ ମା ଛିନ୍ନମସ୍ତାଙ୍କ ଦର୍ଶନ କରିଥାନ୍ତେ ସମସ୍ତେ । ହେଲେ ବାଟରେ ଜଗିଥିଲା ଯମ । ରାମଗଡ ଜିଲ୍ଲା ରାଞ୍ଚି-ପାଟଣା ମୁଖ୍ୟରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ସ୍କର୍ପିଓ ଅନ୍ୟଏକ ଗାଡିକୁ ଧକ୍କା ଦେଇଥିଲା । ରବିବାର ଭୋରରୁ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା । ବିହାର ନାଳନ୍ଦା ଜିଲ୍ଲାରୁ ରାଜରପ୍ପା ମନ୍ଦିର ଯାଉଥିବା ସ୍କର୍ପିଓ ରାମଗଡ ଜିଲ୍ଲା ପାଇଙ୍କି ନିକଟରେ ଅନ୍ୟ ଏକ ଗାଡିକୁ ଧକ୍କା ଦେବାରୁ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦ୍ରୁତ ଗତିରେ ଯାଉଥିବା ଗାଡିରେ ମୋଟ୍ ୧୪ ଜଣ ରହିଥିଲେ । ଦୁଘ ର୍ଟଣା ପରେ ସ୍ଥାନୀୟ ଲୋକ ଭଙ୍ଗା ଗାଡି ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲେ । ଖବର ପାଇଁ କୁଜୁ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ସଦର ମେଡିକାଲରେ ଭତ୍ତି ର୍ କରାଇଛି । ସମସ୍ତ ମୃତକ ବିହାର ନାଳନ୍ଦା ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଓ ୪ଜଣ ଛୋଟ ପିଲା ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି । ଦୁର୍ଘଟଣା କେମିତି ଓ କେଉଁ ପରିସ୍ଥିତିରେ ଘଟିଛି ତାର ତଦନ୍ତ ଜାରି ରହିଛି ।
ଝାରଖଣ୍ଡରେ ମାସେ ଭିତରେ ଅନେକ ଦୁଘ ର୍ଟଣା ଘଟିଲାଣି । ଗତ ନଭେମ୍ବର ୫ରେ ଖୁଂଟି ଜିଲ୍ଲାରେ ଏମିତି ଏହ ଦୁର୍ଘଟଣା ଘଟିଥିଲା । ଜଣେ ସ୍କୁଟି ଚାଳକ ସ୍ପିଡରେ ଆସି ବୁଦା ଭିତରକୁ ପଶି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ କିଛି ମହିଳା ଓ ପିଲା ସେଠାରେ ପହଂଚିଥିଲେ । ସେହିସମୟରେ ମଦ ପିଇ ଗାଡି ଟ୍ରେଲର ଟ୍ରକ୍ ଲାଉଥିବା ବ୍ୟକ୍ତି ସେହି ମହିଳାଙ୍କ ଉପରେ ଗାଡି ମଡାଇଦେଇଥିଲେ । ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ ମହିଳା ଓ ୩ ଛୋଟ ଛୁଆ ଥିଲେ । ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା । ମଦ୍ୟପ ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ କ୍ଷତିପୂରଣ ଦେଇଥିଲେ ସରକାର ।
