Latest Odisha News

BREAKING NEWS

୫ ଦିନ ଶବ ସହ ରହିଥିଲା ୨ ବର୍ଷର ଶିଶୁ କନ୍ୟା

ବେଙ୍ଗାଲୁରୁ: ୫ ଦିନ ଗୋଟିଏ ଘରେ ଶବ ସହିତ ରହିଥିଲା ୨ ବର୍ଷର ଶିଶୁ କନ୍ୟା। ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମସ୍ତ ପରିବାର ସଦସ୍ୟ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରେ ପାଞ୍ଚ ଦିନ ମୃତଦେହ ସହିତ ଜୀବିତ ଅବସ୍ଥାରେ ୨ ବର୍ଷର ଶିଶୁ କନ୍ୟାକୁ ପୋଲିସ ଉଦ୍ଧାର କରିଛି।

ଶୁକ୍ରବାର ରାତିରେ ବ୍ୟାଦାରହଲ୍ଲୀ ପୋଲିସ ଷ୍ଟେସନ ନିକଟରେ ଥିବା ଏକ ଘରୁ ପାଞ୍ଚଟି ମୃତଦେହ ଜବତ କରାଯାଇଥିଲା ଯେଉଁଠାରୁ ପୋଲିସ ୨ ବର୍ଷର ଶିଶୁ କନ୍ୟା ପ୍ରେକ୍ଷାକୁ ଉଦ୍ଧାର କରିଥିଲା। ତାକୁ ପ୍ରାୟ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା।

ତେବେ ଏହି ଘଟଣା ସେତେବେଳେ ସାମ୍‌ନାକୁ ଆସିଥିଲା ଯେତେବେଳେ ଘରର ମୁଖ୍ୟ ଘରକୁ ଫେରିଥିଲେ। ସେ ୫ ଦିନ ପୂର୍ବେ ତାଙ୍କ ଝିଅ ସହ ପାଟିତୁଣ୍ଡ କରି ଘର ଛାଡ଼ି ପଳାଇଥିଲେ। ପରେ ସେ ପରିବାର ଲୋକଙ୍କୁ ସେ ଫୋନ୍ କରି ଥିଲେ। କିନ୍ତୁ କେହି ଫୋନ୍ ଉଠାଇ ନଥିଲେ।

ତା’ପରେ ସେ ଘରକୁ ଫେରି ଦେଖିବାରୁ ତାଙ୍କ ପତ୍ନୀ (୫୦ ବର୍ଷ), ପୁଅ (୨୭ ବର୍ଷ) ଓ ଦୁଇ ଝିଅଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ତାଙ୍କର ୯ ମାସର ନାତି ଭୋକରେ ମରି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେବଳ ୨ ବର୍ଷର ନାତୁଣୀ ଜୀବିତ ଥିବା ଜଣାପଡ଼ିଥିଲା। ୨ ବର୍ଷର ଶିଶୁ କନ୍ୟାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଛି।

Leave A Reply

Your email address will not be published.