Latest Odisha News

BREAKING NEWS

ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା

ମହାବିରୋଡ଼ : ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳମୁଣ୍ଡା ଗାଁରେ । ଗାଁର କୁମ୍ଭାରପଶି ନିକଟରେ ଚାଷୀଙ୍କୁ ଦଳି ମାରିଛି ଦନ୍ତା । ମୃତକ ଜଣଙ୍କ ପରଜଙ୍ଗ ଥାନା ଖଣ୍ଡୁଆଳମୁଣ୍ଡା ପାଇକସାହିର ଉପେନ୍ଦ୍ର ଅମାତ । ଉପେନ୍ଦ୍ର ଆଜି ଭୋର ସମୟରୁ କୁମ୍ଭାରପଶି ସ୍ଥିତ ନିଜ ଚାଷ ଜମିକୁ ଯାଇଥିଲେ । ସେଠାରେ ସେ ଦନ୍ତା ସହ ମୁହାଁ ମୁହିଁ ହୋଇଥିଲେ । ଘଟଣା ସ୍ଥଳରେ ଦନ୍ତା ହାତୀଟି ଉପେନ୍ଦ୍ରଙ୍କୁ ଘୋଷାଡି ନେଇ ଏକ ଚାଷ ଜମିରେ ଦଳି ଦେଇଥିଲା । ଘଟଣା ସ୍ଥଳରେ ହିଁ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା ।

ସକାଳୁ କିଛି ଚାଷୀ ସେହି ଚାଷ ଜମି ଦେଇ ଯାଉଥିବା ବେଳେ ଉପେନ୍ଦ୍ରଙ୍କ କ୍ଷତବିକ୍ଷତ ଶରୀର ଦେଖି ପ୍ରଥମେ ପରିବାର ଲୋକ ଏବଂ ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.